Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଅନଲକ ୫.୦ ପାଇଁ ଗାଇଡଲାଇନ

ଆସନ୍ତୁ ଜାଣିବା ଅନଲକ ୫.୦ରେ କେଉଁକେଉଁ ନିୟମ କୋହଳ ହେବ

ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ସରକାର ଅନଲକ ୫.୦ ପାଇଁ ଗାଇଡଲାଇନ ଜାରି କରିପାରନ୍ତି । ପାର୍ବଣ ଋତୁ ଥିବାରୁ ସରକାର ଏଥର ଆହୁରି କିଛି ନିୟମ କୋହଳ କରିପାରନ୍ତି ବୋଲି କୁହାଯାଉଛି । କରୋନା ମହାମାରୀ ଯୋଗୁଁ ଅର୍ଥବ୍ୟବସ୍ଥା ବହୁ ମାତ୍ରାରେ ପ୍ରଭାବିତ ହୋଇଥିବାରୁ ସରକାର ଜୁନ ମାସରେ ଅନଲକ ପ୍ରକ୍ରିୟା ଆରମ୍ଭ କରିଥିଲେ ।

ଗତ ମାସରୁ ଗୃହ ମନ୍ତ୍ରାଳୟ କଣ୍ଟେନମେଣ୍ଟ ଜୋନ ବାହାରେ ଲକଡାଉନ କୋହଳ କରିବାକୁ ନିର୍ଣ୍ଣୟ ନେଇଥିଲେ । ସେଥିପାଇଁ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ସରକାର ଆଗକୁ ଆଉ କିଛି ନିୟମ କୋହଳ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି ।
ଅନଲକ ୪.୦ରେ ମଲ, ସେଲୁନ, ଜିମ, ହୋଟେଲ ଓ ରେସ୍ତୋରାଁ ଖୋଲିବାକୁ ଅନୁମତି ଦେଇଥିଲେ । ଅନଲକ ୫.୦ରେ ସିନେମା ହଲ, ସ୍ୱଇମିଙ୍ଗ ପୁଲ, ମନୋରଞ୍ଜନ ପାର୍କ ମଧ୍ୟ ଖୋଲିପାରେ ବୋଲି ଆଶଙ୍କା କରାଯାଉଛି । ମଲ୍ଟିପ୍ଲେକ୍ସ ଆସୋସିଏସନ ଅଫ ଇଣ୍ଡିଆ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ଗାଇଡଲାଇନ ସହ ସିନେମା ହଲ ଖୋଲିବାକୁ ଅନୁମତି ଦିଆଯାଉ ।
ଲକଡାଉନ ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପର୍ଯ୍ୟଟନ କ୍ଷେତ୍ର । ଅନଲକ ୫.୦ ରେ ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇପାରେ ବୋଲି ଅନୁମାନ କରାଯାଉଛି । ଅନେକ ରାଜ୍ୟରେ ହୋଟେଲ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି ।
ପଶ୍ଚିମବଙ୍ଗ ଅକ୍ଟୋବର ୧ ତାରିଖରୁ ସୀମିତ ସଂଖ୍ୟକ ଲୋକଙ୍କ ସହ ସିନେମା ହଲ ଖୋଲିବାକୁ ଅନୁମତି ଦେଇଛନ୍ତି । ଏଥିପାଇଁ ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଆବଶ୍ୟକୀୟ ଉପାୟ ପାଳନ କରିବା ଅନିବାର୍ଯ୍ୟ ।

Show More

Related Articles

Back to top button