Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶ୍ୱରେ ପ୍ରତି ୨୫୦ଜଣ ବ୍ୟକ୍ତିରେ ଜଣେ ପଜିଟିଭ୍

ମୃତକଙ୍କ ସଂଖ୍ୟା ୧୦ଲକ୍ଷ ଉପରେ

ବିଶ୍ୱରେ ଥମିବାକୁ ନାମ ନେଉନି ମହାମାରୀର ଆତଙ୍କ ।ଦିନକୁ ଦିନ ବୃଦ୍ଧି କରିଚାଲିଛି ନିଜ ସଂକ୍ରମଣର କାୟା। ପ୍ରତିଦିନ ଲକ୍ଷଲକ୍ଷ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପ୍ରତି ୨୫୦ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ବୋଲି ଏକ ରିପୋର୍ଟରୁ ଜଣ ପଡିଛି ।

corona-virus
corona-virus

ଏବେ ବିଶ୍ୱରେ ମୋଟ କରୋନା ମାମଲା ୩ କୋଟି ୩୩ ଲକ୍ଷରୁ ଅଧିକ ହୋଇସାରିଲାଣି । ଯାହା ପୃଥିବୀର ମୋଟ୍ ଜନସଂଖ୍ୟାର ୦.୪ ପ୍ରତିଶତ ।ବିଶ୍ୱରେ କରୋନା ସକ୍ରିୟ ମାମଲା ପ୍ରତିଦିନ ଦ୍ରୁତ ଗତିରେ ବଢିଚାଲିଛି । ଗତ ସପ୍ତାହରେ ନୂଆ ୫ ଲକ୍ଷ ସକ୍ରିୟ ମାମଲା ସାମ୍ନାକୁ ଆସିଛି । ମୋଟ୍ ମାମଲାର ଏବେ ୨୩.୩ ପ୍ରତିଶତ ସକ୍ରିୟ କେସ୍ ରହିଛି । ଗତ ୭ଦିନ ମଧ୍ୟରେ ପ୍ରାୟ ୩୭ ହଜାର ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ ମୃତ୍ୟୁସଂଖ୍ୟା ୧୦ ଲକ୍ଷ ଟପିବାକୁ ବସିଲାଣି ।ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚେତାବନୀ ଦେଇଛି ଯେ, ଭାକସିନ୍ ନଆସିବା ଯାଏଁ କରୋନା ମୃତକଙ୍କ ସଂଖ୍ୟା ୨୦ ଲକ୍ଷ ପହଁଚିପାରେ । ଚୀନରେ କରୋନାର ପ୍ରଥମ ମାମଲା ଆସିବା ପରେ କରୋନା ମୃତକଙ୍କ ମାମଲା ଦ୍ରୁତ ଗତିରେ ବଢି ୧୦ ଲକ୍ଷର ନିକଟତର ହୋଇଛି ।ଜନ୍ ହପକିଙ୍ଗସ୍ ୟୁନିଭର୍ସିଟି ଅନୁସାରେ, ଆମେରିକା ବିଶ୍ୱରେ କରୋନାରେ ସର୍ବାଧିକ ପ୍ରଭାବିତ ହୋଇଥିବା ଦେଶ । ଏଠାରେ ମହାମାରୀ ୨ଲକ୍ଷରୁ ଅଧିକ ଜୀବନ ନେଇଛି । ଏହାସହ ମୋଟ୍ ସଂକ୍ରମିତଙ୍କ ମାମଲା ୭୦,୩୨,୫୨୪ରେ ପହଁଚିଛି । କରୋନା ମାମଲାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ ପ୍ରାୟ ୬୦ ଲକ୍ଷ ସଂକ୍ରମିତ ହୋଇଥିବା ବେଳେ ୯୨ ହଜାରରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Show More

Related Articles

Back to top button