ଜୀବନଚର୍ଯ୍ୟା

ଘରେ ଥିବା ଏଲେବେରା ସୌନ୍ଦର୍ଯ୍ୟର ଗନ୍ତାଘର

କେମିତି ଆସନ୍ତୁ ପଢିବା ଓ ଜାଣିବା ସେବିଷୟରେ-

ସହଜ ଉପାୟରେ ଘରେ ମଧ୍ୟ ଫେସିଆଲ କରି ଆପଣ ପାର୍ଲର ଭଳି ଚମକ ପାଇପାରିବେ। ଏଲେବେରା ଜେଲ୍ ସହଜରେ ପ୍ରତି ଘରେ ଉପଲବ୍ଧ। ଏହାର ଲାଭଦାୟକ ଗୁଣ ବିଷୟରେ ତ ସଭିଏଁ ଜାଣନ୍ତି। ଏହା ତ୍ୱଚା ପାଇଁ ଅମୃତ ସଦୃଶ। ପ୍ରାକୃତିକ ଆଣ୍ଟିଅକ୍ସିଡ଼ାଣ୍ଟ ଭରପୁର ମାତ୍ରାରେ ରହିଛି। ଯାହା ତ୍ୱଚାର ବହୁ ସମସ୍ୟା ଦୂର କରିଥାଏ। ଜାଣନ୍ତୁ ଘରେ କିଭଳି କରିବେ ଏଲୋବେରା ଫେସିଆଲ….
୧- ପ୍ରଥମ ପ୍ରଣାଳୀ –
୧ ଚାମଚ ଏଲୋବେରା ଜେଲ୍ ରେ କିଛି ଲେମ୍ବୁ ରସ ଭଲ ଭାବେ ମିଶାନ୍ତୁ। ଏହାକୁ ତ୍ୱଚାରୁ ଭଲ ଭାବେ ମାଲିସ କରନ୍ତୁ। ଏହାପରେ ତୁଳା ଦ୍ୱାରା ଏହାକୁ ପୋଛି ଦିଅନ୍ତୁ।
୨- ସ୍କ୍ରବିଙ୍ଗ-
କିଛି ଗହମ ଗୁଣ୍ଡ ନିଅନ୍ତୁ। ଏଥିରେ ୧ ଚାମଚ ଏଲୋବେରା ଜେଲ୍ , ଅଳ୍ପ ଲେମ୍ବୁ ରସ ଭଲ ଭାବେ ମିଶାନ୍ତୁ। ଏଥିରେ ତ୍ୱଚାକୁ ଭଲ ଭାବେ ସ୍କ୍ରବିଙ୍ଗ କରନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ।
୩ – ମାଲିସ –
୧ ଚାମଚ ଏଲୋବେରା ଜେଲ୍ ରେ ଅଳ୍ପ ଭିଟାମିନ ଇ ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ୧୦ ରୁ ୧୫ ମିନିଟ ମାଲିସ କରନ୍ତୁ।
୪ – ଫେସ୍ ପ୍ୟାକ୍ –
୧ ଚାମଚ ଏଲୋବେରା ଜେଲରେ ଅଳ୍ପ ଲେମ୍ବୁ ରସ, ମହୁ ଓ ଚାଉଳ ଗୁଣ୍ଡ ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖି ଦିଅନ୍ତୁ। ଶୁଖିବା ପରେ ମୁହଁ ଧୋଇ ଦିଅନ୍ତୁ।

Show More

Related Articles

Back to top button