ଓଡ଼ିଶାସ୍ୱାସ୍ଥ୍ୟ

ଓଡିଶାରେ ପୁଣି ବୃଦ୍ଧି ପାଇଲା ସଂକ୍ରମଣ

ଭୁବନେଶ୍ୱର : ଓଡ଼ିଶାରେ ପୁଣି ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୮ ଜଣ କରୋନା ପଜିଟିଭ୍ । ସମସ୍ତ ପଜିଟିଭଙ୍କ ମଧ୍ୟରୁ ୨୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୫ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି ।

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ , ଆଜି ରାଜ୍ୟର ୩ଟି ଜିଲ୍ଲାରୁ ୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୨୭ଟି ଜିଲ୍ଲାରେ କରୋନା ସଂକ୍ରମଣର କୌଣସି ସୂଚନା ନାହିଁ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭ ଜଣ ଚିହ୍ନଟ ହୋଛନ୍ତି ।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ କଟକ ଜିଲ୍ଲାରୁ ୨ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୭ ଜଣ, ପୁରୀ ଜିଲ୍ଲାରୁ ୩ ଜଣ ଓ ଷ୍ଟେଟପୁଲରୁ ୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ୧୨, ୮୮, ୮୦୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୧୨, ୭୯, ୪୧୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୨୦୨ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

Show More

Related Articles

Back to top button