Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଅସମ୍ଭାଳ କରୋନା ସ୍ଥିତି, ଗତ ୨୪ ଘଣ୍ଟା ମଧ୍ୟରେ ୮୧,୪୮୪ ଜଣ କରୋନା ରୋଗୀ ଚିହ୍ନଟ

ଦେଶରେ ଦିନକୁ ଦିନ ବିଗୁଡୁଛି କରୋନା ପରିସ୍ଥିତି । ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୮୧,୪୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ୧୦୯୫ ଜଣ ସଂକ୍ରମିତଙ୍କର ଜୀବନ ନେଇଛି ମହାମାରୀ କରୋନା । ଏହା ସହ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୯,୭୭୩ କୁ ବୃଦ୍ଧି ପାଇଛି

ଦେଶରେ ଦିନକୁ ଦିନ ବିଗୁଡୁଛି କରୋନା ପରିସ୍ଥିତି । ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୮୧,୪୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ୧୦୯୫ ଜଣ ସଂକ୍ରମିତଙ୍କର ଜୀବନ ନେଇଛି ମହାମାରୀ କରୋନା । ଏହା ସହ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୯,୭୭୩ କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩ ଲକ୍ଷ ୯୪ ହଜାର ୬୯କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା ୫୩,୫୨,୦୭୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମୋଟ ୯,୪୨,୨୧୭ ଜଣ ଆକ୍ଟିଭ କେସ୍ ଭାବେ ଚିକିତ୍ସିତ ହେଉଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି ।
ବିଶ୍ୱରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ୨୭ ହଜାର ୪୨କୁ ବୃଦ୍ଧି ପାଇଛି । ମୋଟ ୩ କୋଟି ୪୪ ଲକ୍ଷ ୬୪ ହଜାର ୪୮୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସୁସ୍ଥ ହୋଇଛନ୍ତି ୨ କୋଟି ୫୬ ଲକ୍ଷ ୫୦ ହଜାର ୩୦୮ ଜଣ । ବିଶ୍ୱରେ ମୋଟ ୨୧୩ଟି ଦେଶକୁ ବ୍ୟାପିଛି କରୋନା ।

Show More

Related Articles

Back to top button