Breaking PLUSଓଡ଼ିଶାମୁଖ୍ୟ ଖବର

ଖୁସି ଖବର, ଗଜପତି ଜିଲ୍ଲାର ୬୫ ପ୍ରତିଶତ ଲୋକଙ୍କ ଶରୀରରେ ସୃଷ୍ଟି ହୋଇଛି ଆଣ୍ଟିବଡି

ମହାମାରୀ କରୋନାର ଭୟଭହତା ଜାରି ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ଆଶ୍ୱସ୍ତିକର ଖବର । ଗଜପତି ଜିଲ୍ଲାର ପ୍ରାୟ ୬୫ ପ୍ରତିଶତ ଲୋକଙ୍କ ଶରୀରରେ କରୋନା ଭୂତାଣୁ ପ୍ରତିରୋଧ ଆଣ୍ଟିବଡ଼ି ସୃଷ୍ଟି ହୋଇଛି । ଯାହାକି ରାଜ୍ୟରେ ସର୍ବାଧିକ । ନିକଟରେ ପାରଳାଖେମୁଣ୍ଡିରେ ହୋଇଥିବା ସେରୋ ସର୍ଭେରୁ ଏଭଳି ତଥ୍ୟ ମିଳିଛି ।

ଏ ସମ୍ପର୍କରେ ଆରଏମଆରସିର ନିର୍ଦ୍ଦେଶିକା ଡା.ସଂଘମିତ୍ରା ପତି ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଡା.ପତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପାରଳାଖେମୁଣ୍ଡିରେ ପର୍ଯ୍ୟାୟ କ୍ରମେ ସେରୋ ସର୍ଭେ ହୋଇଥିଲା । ଏହା ସେପ୍ଟେମ୍ବର ୧୫ ରୁ ୧୮ ପର୍ଯ୍ୟନ୍ତ ଚାଲିଥିବା ବେଳେ ଆରଏମଆରସିର ୫ଟି ଟିମ ଏଥିରେ ନିୟୋଜିତ ହୋଇଥିଲେ । ସମୁଦାୟ ୧୫୧୫ ନମୁନା ସଂଗ୍ରହ ହୋଇଥିଲା । ଏଥିରେ ୯୮୪ ଜଣଙ୍କ ନମୁନା ସାଧାରଣ ଲୋକଙ୍କ ରହିଥିବା ବେଳେ ୫୩୧ ସମ୍ବେଦନଶୀଳ ଲୋକଙ୍କ ନମୁନା ସଂଗ୍ରହ ହୋଇଥିଲା । ସଂଗୃହୀତ ଲୋକମାନଙ୍କ ମଧ୍ୟରେ ୯୫ ପ୍ରତିଶତ ଲୋକଙ୍କ ଶରୀରରେ କୌଣସି ଲକ୍ଷଣ ନଥିଲା । ଅଧାରୁ ଅଧିକ ରାପିଡ ଆଣ୍ଟିଜେନରେ ପରୀକ୍ଷା କରିଥିଲେ । ମାତ୍ର ଉଲ୍ଲେଖନୀୟ ଭାବେ ଗଜପତିରେ ମହିଳାଙ୍କ ମଧ୍ୟରେ ଆଶାତୀତ ଭାବେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି । ପୂର୍ବରୁ ହୋଇଥିବା ସେରୋ ସର୍ଭେରେ ଏହା ଦେଖିବାକୁ ମିଳିନଥିଲା ।

Show More

Related Articles

Back to top button