Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ସଫଳତା ଦିଗରେ ଆଗେଇ ଚାଲିଛି ଆଦିତ୍ୟ ଏଲ-1

ନୂଆଦିଲ୍ଲୀ – ଚନ୍ଦ୍ରଯାନ, ମଙ୍ଗଳଯାନ, ଗଗନଯାନ ଏବଂ ଆଦିତ୍ୟ ଏଲ୍‌୧ ଭାରତର ମହାକାଶଯାତ୍ରାର ଅଭିନ୍ନ ଅଙ୍ଗ । ଚନ୍ଦ୍ରଯାନ ୩ ସମ୍ପୂର୍ଣ୍ଣ ରୂପେ ସଫଳ ହେବା ପରେ ଆଦିତ୍ୟ ଏଲ୍‌୧ ଏବେ ସଫଳତା ଦିଗରେ ଆଗେଇଚାଲିଛି । ରବିବାର ରାତିରେ ଆଦିତ୍ୟ ଏଲ୍‌୧ ସଫଳତାର ସହ ସୂର୍ଯ୍ୟ ଆଡକୁ ଗତିପଥ ପରିବର୍ତ୍ତନ କରିଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

ଆଦିତ୍ୟ ଏଲ୍‌୧ ଏହି ସମୟ ଭିତରେ ୫ ଥର କକ୍ଷପଥ ପରିବର୍ତ୍ତନ କରିବ । ବିଭିନ୍ନ ଅରବିଟ୍‌ରେ ପୃଥିବୀକୁ ପ୍ରଦକ୍ଷଣ କିବା ପରେ ଏହା ସୂର୍ଯ୍ୟ ଆଡକୁ ଗତି କରିବ । ଏହାପରେ ଲାଞ୍ଜାରିଆନ୍‌୧ରେ ୧୧୦ ଦିନ ଗତିଶୀଳ ହେବାପରେ ଏହା ଏଲ୍‌୧ରେ ଅବସ୍ଥାପିତ ହେବ । ଏଥିପାଇଁ ଆଦିତ୍ୟଯାନକୁ ପ୍ରାୟ ୪ ମାସ ସମୟ ଲାଗିବ ।

ସୂର୍ଯ୍ୟ ବିଷୟରେ ଆଦିତ୍ୟଏଲ୍‌୧ ବିଭିନ୍ନ ନୂତନ ତଥ୍ୟ ପ୍ରଦାନ କରିବ । ସାରା ବିଶ୍ୱର ମହାକାଶବିଜ୍ଞାନୀଙ୍କ ପାଇଁ ଏହା ଉପାଦେୟ ହେବ ।

Show More

Related Articles

Back to top button