Breaking PLUSଦେଶ ବିଦେଶମୁଖ୍ୟ ଖବର
ଆଜିଠାରୁ ତିନି ଦିନିଆ ନେପାଳ ଗସ୍ତରେ ଭାରତୀୟ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାନେ
ଆଜିଠାରୁ ତିନି ଦିନିଆ ନେପାଳ ଗସ୍ତରେ ଭାରତୀୟ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାନେ । ନଭେମ୍ବର 4 ରୁ ନଭେମ୍ବର 6 ପର୍ଯ୍ୟନ୍ତ ନରୱାନେ ନେପାଳ ଗସ୍ତ କରିବେ | ସୂଚନା ଅନୁଯାୟୀ, କାଠମାଣ୍ଡୁ ସହିତ ସୀମା ବିବାଦ କାରଣରୁ ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଖରାପ ସମ୍ପର୍କକୁ ସ୍ୱାଭାବିକ କରିବାରେ ଏହି ଗସ୍ତ ସାହାଯ୍ୟ କରିବ

ଆଜିଠାରୁ ତିନି ଦିନିଆ ନେପାଳ ଗସ୍ତରେ ଭାରତୀୟ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାନେ । ନଭେମ୍ବର 4 ରୁ ନଭେମ୍ବର 6 ପର୍ଯ୍ୟନ୍ତ ନରୱାନେ ନେପାଳ ଗସ୍ତ କରିବେ | ସୂଚନା ଅନୁଯାୟୀ, କାଠମାଣ୍ଡୁ ସହିତ ସୀମା ବିବାଦ କାରଣରୁ ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଖରାପ ସମ୍ପର୍କକୁ ସ୍ୱାଭାବିକ କରିବାରେ ଏହି ଗସ୍ତ ସାହାଯ୍ୟ କରିବ । ଏହି ଗସ୍ତ ପାରମ୍ପାରିକ ଭାବରେ ଦୁଇ ଦେଶ ମଧ୍ୟରେ ଥିବା ସାମରିକ ସମ୍ପର୍କ ଉପରେ ଆଧାରିତ ହେବ ବୋଲି ଜଣାପଡିଛି ।
କାର୍ଯ୍ୟସୂଚୀ ଅନୁଯାୟୀ ସେନା ମୁଖ୍ୟ ନେପାଳର ପ୍ରତିପକ୍ଷ ଜେନେରାଲ ପୂର୍ଣ୍ଣଚନ୍ଦ୍ର ଥାପା ଏବଂ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ । ଏହା ସହ ନେପାଳର ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀଙ୍କୁ ମଧ୍ୟ ଏକ ସ୍ୱତନ୍ତ୍ର ସମାରୋହରେ ନେପାଳର ସେନାର ସର୍ବୋଚ୍ଚ ପଦବୀରେ ନରୱାନେଙ୍କୁ ସମ୍ମାନିତ କରିବେ।