Breaking PLUSଦେଶ ବିଦେଶମୁଖ୍ୟ ଖବର

ରାଜଧାନୀ ଦିଲ୍ଲୀରେ ଆରମ୍ଭ ହେଲାଣି କରୋନାର ତୃତୀୟ ଲହର, ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଗତ ୨୪ ଘଣ୍ଟା ମଧ୍ୟରେ ଗତକାଲି ଦିଲ୍ଲୀରେ ପ୍ରାୟ ସାତ ହଜାର କରୋନା ମାମଲା ସାମ୍ନାକୁ ଆସିଛି । ଆଜି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରୀ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଗତକାଲି ଦିଲ୍ଲୀରେ ପ୍ରାୟ ସାତ ହଜାର କରୋନା ମାମଲା ସାମ୍ନାକୁ ଆସିଛି । ଆଜି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରୀ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି।

ସତ୍ୟନ୍ଦ୍ର ଜୈନ କହିଛନ୍ତି ଯେ ବର୍ତ୍ତମାନ ଦିଲ୍ଲୀରେ ୬୮୦୦ଟି ଶଯ୍ୟା ଭର୍ତ୍ତି ରହିଥିବାବେଳେ ନଅ ହଜାରଟି ବେଡ ଖାଲି ଅଛି। ଏହାକୁ ଦିଲ୍ଲୀରେ କରୋନାର ତୃତୀୟ ତରଙ୍ଗ ବୋଲି କହିପାରିବା ବୋଲି ସେ ଜଣାଇଛନ୍ତି  ।

କିନ୍ତୁ ଗତ ୧୫ଦିନ ମଧ୍ୟରେ ସର୍ବାଧିକ ପରୀକ୍ଷଣ ହୋଇଛି ତେଣୁ ସେ ହିସାବରେ ଅଧିକ ସକରାତ୍ମକ ମାମଲା ଆସିଛି ବୋଲି କହିଛନ୍ତି  ।

ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଘରୋଇ ଡାକ୍ତରଖାନାର ୮୦ ପ୍ରତିଶତ ଆଇସିୟୁ ଶଯ୍ୟା ସଂରକ୍ଷଣ ବିଚାର କରାଯାଇନଥିବାରୁ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ଦିଲ୍ଲୀ ସରକାର ସୁପ୍ରିମକୋର୍ଟ ଯିବେ । ଆଇସିୟୁ ଶଯ୍ୟାରେ ସବୁଠାରୁ ବଡ ସମସ୍ୟା ହେଇଛି ବୋଲି ସେ ମତ ରଖିଛନ୍ତି ।

ତୃତୀୟ ତରଙ୍ଗ ସମ୍ପର୍କରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି ଯେ କିଛି ସମୟ ଧରି କୋଭିଡ ରୋଗୀଙ୍କ ମାମଲା ବୃଦ୍ଧି ପାଉଛି। ଏହାକୁ କରୋନା ମାମଲାର ତୃତୀୟ ତରଙ୍ଗ ବୋଲି କହିପାରିବା  । ପରିସ୍ଥିତି ଉପରେ ନଜର ରଖିଛୁ ଏବଂ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ।

Show More

Related Articles

Back to top button