Breaking PLUSଓଡ଼ିଶାମୁଖ୍ୟ ଖବର

ପୁରୁଷ 50ମିଟର ରାଇଫଲରେ ଭାରତକୁ ସ୍ୱର୍ଣ୍ଣ

ହୋଙ୍ଗଝୁ- ଏସୀୟ କ୍ରୀଡାରେ ଭାରତୀୟ ସୁଟରଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି । ଶୁକ୍ରବାର ଦିନ ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମାର, ସ୍ୱପ୍ନିଲ କୁସାଲେ ଏବଂ ଅଖିଳ ଶ୍ୟୋରାଣଙ୍କର 3ଜଣିଆ ପୁରୁଷ ଟିମ୍ 50ମିଟର ରାଇଫଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ଅନ୍ୟପଟେ ଇଶା ସିଂହ, ପଲକ ଏବଂ ଦିବ୍ୟା ଥଡିଗୋଲ ସୁବାରାଜୁଙ୍କର 3ଜଣିଆ ମହିଳା ଭାରତୀୟ ଟିମ୍ 10 ମିଟର ଏୟାର ପିସ୍ତଲ ରୌପ୍ୟ ପଦକ ହାସଲ କରିଛନ୍ତି ।

ଭାରତୀୟ ପୁରୁଷ 50ମିଟର ରାଇଫଲ ଟିମ୍ ଐଶ୍ୱର୍ଯ୍ୟ ତୋମାର, ଅଖିଳ ଶ୍ୟୋରାଣ, ସ୍ୱପ୍ନିଳ କୁସାଲେ 1769 ରେକର୍ଡ ସ୍କୋର ସହିତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଐଶ୍ୱର୍ଯ୍ୟ 591 ପଏଣ୍ଟ ସହ ଶୀର୍ଷ ସ୍ଥାନରେ ଥିବା ବେଳେ ସ୍ୱପ୍ନିଳ 591 ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିବା ସହ ବ୍ୟକ୍ତିଗତ ଭାବେ ଫାଇନାଲରେ ପ୍ରବେଶ କରିଛନ୍ତି ।
ଚୀନ 1763 ପଏଣ୍ଟ ସହ ରୌପ୍ୟ ପଦକ ହାସଲ କରିଥିବା ବେଳେ କୋରିଆ 1748 ପଏଣ୍ଟ ସହ କାଂସ୍ୟ ପଦକ ହାସଲ କରିଛି ।

Show More

Related Articles

Back to top button