Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଆଜିଠୁ ଦୁଇଦିନ ଭାରତ ବନ୍ଦ

୨୦ କୋଟି ଶ୍ରମିକ ସାମିଲ ହେବେ

ଟ୍ରେଡ୍ ୟୁନିୟନ ପକ୍ଷରୁ ସୋମବାର ଏବଂ ମଙ୍ଗଳବାର ଦୁଇଦିନିଆ ଭାରତ ବନ୍ଦ ଡାକରା ଦେଇଛି । ଏଥିରେ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ)ସାମିଲ ହେବାକୁ ଥିବାରୁ ଦେଶବ୍ୟାପୀ ବ୍ୟାଙ୍କ ସେବା ପ୍ରଭାବିତ ହେବ । ପେଟ୍ରୋଲପମ୍ପ ଗୁଡିକ ବନ୍ଦ ମଧ୍ୟ ବନ୍ଦ ରହିବ । ସୋମବାର ସକାଳୁ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନବିରୋଧୀ ନୀତି ଯୋଗୁଁ ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ପ୍ରଭାବିତ ହେଉଛନ୍ତି ବୋଲି ଟ୍ରେଡ ୟୁନିୟନ ପକ୍ଷରୁ କୁହାଯାଇଛି।  ଟ୍ରେଡ ୟୁନିୟନର ଏହି ଦୁଇଦିନିଆ ବନ୍ଦ ଡାକରାରେ ସାମିଲ ହୋଇଛନ୍ତି ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ, ପରିବହନ ବିଭାଗ ଏବଂ ବିଦ୍ୟୁତ ବିଭାଗ କର୍ମଚାରୀ, ବୀମା କର୍ମଚାରୀ, କୋଇଲା,ଇସ୍ପାତ, ତୈଳ, ଡାକ, ଦୂରସଞ୍ଚାର ଓ ଆୟକର ବିଭାଗ କର୍ମଚାରୀ ସଂଘ। ଏହି ଭାରତ ବନ୍ଦ ଡାକରାରେ ସାମିଲ ହେବେ  ୨୦ କୋଟି ଶ୍ରମିକ ।

Show More

Related Articles

Back to top button