ଜୀବନଚର୍ଯ୍ୟାରାଶିଫଳ

ଆଜିର ରାଶିଫଳ

କେମିତି କଟିବ ଆଜିର ଦିନ

🐏ମେଷ-ଦିନଟି ବ୍ୟସ୍ତତାରେ କଟିବ। ବ୍ୟବସାୟରେ ଧନଲାଭ ଯୋଗ ରହିଛି। ପରିବାରର ସବୁ ଲୋକଙ୍କ ସହିତ ଆପଣଙ୍କର ଭଲ ତାଳମେଳ ବଜାୟ ରହିବ।

🐮ବୃଷ-କ୍ୟାରିୟର ସହ ଜଡ଼ିତ କୌଣସି ମାମଲାର ସମାଧାନ ହୋଇଯିବ। ବ୍ୟବସାୟରେ ନୂଆ ପରିଯୋଜନା ଲାଗୁ କଲେ ଲାଭ ହେବ। ସ୍ବାସ୍ଥ୍ୟରେ ସୁଧାର ହେବ।

👩‍❤️‍👨ମିଥୁନ-ଆପଣଙ୍କର ସ୍ବଭାବକୁ ନରମ ରଖନ୍ତୁ। ଅଧିକ ଭାବୁକ ହେଲେ ଅଶାନ୍ତିରେ ରହିବେ। ଚାକିରିଜୀବୀଙ୍କୁ ନୂଆ କାମ କରିବାର ସୁଯୋଗ ମିଳିବ। ପ୍ରେମ ଜୀବନ ଭଲ ରହିବ।

🦀କର୍କଟ-ଅଧିକାଂଶ କାମ ପାଇଁ ନିଜକୁ ପ୍ରସ୍ତୁତ ରଖିବେ। କଠିନ ପରିସ୍ଥିତିରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ଛାତ୍ରଙ୍କୁ କମ୍ ପରିଶ୍ରମରେ ଯଥେଷ୍ଟ ସଫଳତା ମିଳିବ।

🦁ସିଂହ-ମନ ଧର୍ମ କାର୍ଯ୍ୟରେ ଅଧିକ ଲାଗି ରହିବ। ଅନ୍ୟମାନଙ୍କ ସହିତ ଭଲ ତାଳମେଳ ରହିବ। ଶେଷ ମୁହୂର୍ତ୍ତରେ ଯୋଜନା ପରିବର୍ତ୍ତନ କରିବେ। ଆମଦାନିରେ ନୂଆ ଉତ୍ସ ମିଳିପାରେ।

🙎‍♀️କନ୍ୟା-ନିଜ କାମ ନେଇ ସତର୍କ ରୁହନ୍ତୁ। ବନ୍ଧୁଙ୍କ ବ୍ୟବହାର ଆଶ୍ଚର୍ଯ୍ୟଜନକ ହୋଇପାରେ। କ୍ଷୁଦ୍ର ଉଦ୍ୟୋଗୀଙ୍କ ଲାଗି ଦିନଟି ଭଲ। ବୈବାହିକ ଜୀବନ ପ୍ରୀତିମୟ ହେବ।

⚖️ତୁଳା-କାମ ପାଇଁ ଆପଣଙ୍କୁ ଅଧିକ ଯାଆସ କରିବାକୁ ପଡ଼ିପାରେ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। କୌଣସି ବନ୍ଧୁଙ୍କ ଜନ୍ମଦିନ ସମାରୋହକୁ ଯାଇପାରନ୍ତି।

🦂ବିଛା-କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। କୌଣସି ସଂପର୍କୀୟ ଆପଣଙ୍କୁ ଦେଖା କରିବାକୁ ଆସିପାରନ୍ତି। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ।

🏹ଧନୁ-କାମ ସଂପୂର୍ଣ୍ଣ କରିବା ପାଇଁ ନିଜ ଉପରେ ଭରସା ରଖି ପରିଶ୍ରମ କରନ୍ତୁ। ନୂଆ ଲୋକଙ୍କ ସହିତ ମିଶିଲେ ଜୀବନରେ ପରିବର୍ତ୍ତନ ଆସିବ। ପ୍ରେମ ସମ୍ବନ୍ଧ ମଧୁର ହେବ।

🐊ମକର-କାମର ବୋଝ ପାଇଁ ଆପଣ ଟିକେ ଅଶାନ୍ତ ରହିବେ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ। ଆପଣଙ୍କର କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ।

🏺କୁମ୍ଭ- ନିଜର ଶକ୍ତିକୁ ବ୍ୟର୍ଥ୍ୟ ହେବାକୁ ଦିଅନ୍ତୁ ନାହିଁ। କାମ ସକାରାତ୍ମକ ରୂପେ ସଂପୂର୍ଣ୍ଣ ହେବ। ଆପଣାର ଲୋକ ସହିତ ଘନିଷ୍ଠତା ବଜାୟ ରହିବ। ଛାତ୍ରଙ୍କ ଲାଗି ଦିନଟି ବହୁତ ଭଲ।

🐟ମୀନ- ଠିକ୍ ତର୍କ ବଳରେ କାହାରିକୁ ବି ନିଜ କଥାରେ ସହମତ କରାଇନେବେ। ସରକାରୀ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

Show More

Related Articles

Back to top button