Breaking PLUSଖେଳ

ଭାରତ-ଇଂଲଣ୍ଡ ୱାର୍ମ ଅପ୍ ମ୍ୟାଚ୍

ଆଜି ଟି-୨୦ ବିଶ୍ୱକପ୍ ୱାର୍ମ ଅପ୍ ମ୍ୟାଚରେ ସାମ୍ନାସାମ୍ନୀ ହେଉଛନ୍ତି ଭାରତ ଓ ଇଂଲଣ୍ଡ । ଏଥିରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ । ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ଇଂଲଣ୍ଡ ଦଳ ।

ଦୁଇ ଦଳକୁ ଲକ୍ଷ୍ୟ କଲେ , ଦୁଇ ଦଳ ବେଶ୍ ଶକ୍ତିଶାଳୀ । ପୂର୍ବରୁ ମଧ୍ୟ ଦୁଇ ଦଳ ଟି-୨୦ ବିଶ୍ୱକପରେ ବିଜୟୀ ହୋଇସାରିଛନ୍ତି । ତେଣୁ ଚଳିତ ଥର ଅଭ୍ୟାସ ମ୍ୟାଚରୁ ହିଁ ଦମଦାର ଖେଳ ସହିତ ଦୁଇ ଦଳ ଟୁର୍ଣ୍ଣାମେଣ୍ଟରେ ଆଗକୁ ବଢିବାକୁ ଲକ୍ଷ୍ୟ ରଖିବେ । ଅନ୍ୟପଟେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏକ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି । ତେଣୁ ଏହି ଅଭ୍ୟାସ ମ୍ୟାଚ ମଧ୍ୟ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

Show More

Related Articles

Back to top button