ଓଡ଼ିଶାମୁଖ୍ୟ ଖବର

ଭୁବନେଶ୍ୱରରେ ଥମିନି କରୋନା ପ୍ରକୋପ

ରାଜଧାନୀ ଭୁବନେଶ୍ୱରରେ କମିବାର ନାଁ ନେଉନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବେଶ୍ କିଛି ଦିନ ହେବ ରାଜଧାନୀରେ କରୋନା ମିଟର ସ୍ଥିର ରହିଛି । ପ୍ରତିଦିନ ୩୦୦ତଳକୁ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ଆଜି ଏହି ସଂଖ୍ୟା କମିଛି ଟିକେ କମିଛି ।

ଆଜି ଭୁବନେଶ୍ୱରରୁ ୧୪୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଆଜି ଭୁବନେଶ୍ୱରରୁ ୧୮୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୪୪ଜଣ ମଧ୍ୟରୁ ସଂଗରୋଧରୁ ୬୦ ଓ ସ୍ଥାନୀୟ ଅଞ୍ଚଳରୁ ୮୪ ଜଣ ସଂକ୍ରମିତ ଅଛନ୍ତି । ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ।

 

Show More

Related Articles

Back to top button