Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ମାଳଦ୍ୱୀପର ଉଚ୍ଚାୟୁକ୍ତଙ୍କୁ ଜବାବ ତଲବ କଲା ଭାରତ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଅଶୋଭନୀୟ ଟିପ୍ପଣୀ ପ୍ରସଙ୍ଗ ଉଠାଇ ବ୍ୟକ୍ତ କଲା ଅସନ୍ତୋଷ

ନୂଆଦିଲ୍ଲୀ, 8 ଜାନୁୟାରୀ – ମାଳଦ୍ୱୀପର ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦେଇଥିବା ଅଶୋଭନୀୟ ଟିପ୍ପଣୀକୁ ଗମ୍ଭୀର ଭାବେ ଗ୍ରହଣ କରିଛି ଭାରତ । ଏନେଇ ମାଳଦୀପ ଉଚ୍ଚାୟୁକ୍ତଙ୍କୁ ଜବାବ୍ ତଲବ କରିଛି ଭାରତର ବୈଦେଶିକ ମନ୍ତ୍ରାଳୟ । ମାଳଦୀପର ଉଚ୍ଚାୟୁକ୍ତ ଇବ୍ରାହିମ ସାହିବ ଦିଲ୍ଲୀର ସାଉଥ ବ୍ଲକରେ ବିଦେଶ ମନ୍ତ୍ରାଳୟ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ ମାଳଦୀପର ମନ୍ତ୍ରୀଙ୍କ ଅଶୋଭନୀୟ ଟିପ୍ପଣୀକୁ ନେଇ ଭାରତ ଅସନ୍ତୋଷ ବ୍ୟକ୍ତ କରିଛି ।
ଏଠାରେ ସୂଚନାଯୋଗ୍ୟ, ମାଳଦୀପର ମହିଳା ମନ୍ତ୍ରୀ ମରିୟମ ଶିଓନା ସର୍ବପ୍ରଥମେ ପିଏମ ମୋଦିଙ୍କ ବିରୁଦ୍ଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ଏହାପରେ ଏହି ଟିପ୍ପଣୀ ଭାଇରାଲ ହୋଇଥିଲା । ଏହି ପ୍ରସଙ୍ଗକୁ ଭାରତ ମାଳଦୀପର ମହମ୍ମଦ ମୋଇଜୁ ସରକାରଙ୍କ ନିକଟରେ ଉଠାଇଥିଲା । ମାଲେରେ ଭାରତୀୟ ଉଚ୍ଚାୟୁକ୍ତ ଅଶୋଭନୀୟ ଟିପ୍ପଣୀକୁ ନେଇ ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହାପରେ ତିନିଜଣ ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।

Show More

Related Articles

Back to top button