ଓଡ଼ିଶାପାଣିପାଗ

ଆଜିଠୁ ରାଜ୍ୟରେ ବର୍ଷା ବୃଦ୍ଧି , ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ପ୍ରବେଶ ମନା

ଆଜିଠୁ ରାଜ୍ୟରେ ବର୍ଷା ବୃଦ୍ଧି । ଗତକାଲି ପୂର୍ବାହ୍ନରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ଲଘୁଚାପଜନିତ ବର୍ଷା । ଫଳରେ ଆଜିଠାରୁ ୧୧ ତାରିଖ ଯାଏ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା । ୧୧ ଜିଲ୍ଲାକୁ ଅରେଞ୍ଜ ୱାଣିଂ । ଏନେଇ ଟୁଇଟର ଜରିଆରେ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜିଠାରୁ ଅଶାନ୍ତ ରହିବ ସମୁଦ୍ର । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ପ୍ରବେଶ ମନା କରାଯାଇଛି । ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ଏବଂ ତଳୁଆ ଅଞ୍ଚଳ, ଅଣ୍ଡର-ପାସ ରୋଡରେ ପାଣି ଜମିବା ସହ , କଚ୍ଚା-ରାସ୍ତା ଓ କଚ୍ଚା ଘର ପ୍ରଭାବିତ ହେବାର ସମ୍ଭାବନା ରହିଥିବାରୁ ସତର୍କ ରହିବାକୁ ପରାମର୍ଶ ।

ଠିକ୍ ସେହିପରି ତଳୁଆ ଚାଷଜମିରୁ ବର୍ଷା ଜଳ ନିଷ୍କାସନ ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ପ୍ରବଳ ବର୍ଷା ସମୟରେ ଦୃଶ୍ୟମାନ ଦୂରତା କମିଯାଉଥିବାରୁ, ଯାତାୟାତରୁ ନିବୃତ୍ତ ରହିବାକୁ ବି କୁହାଯାଇଛି। ବର୍ଷା ପ୍ରଭାବରେ ସହରାଞ୍ଚଳରେ ଟ୍ରାଫିକ ସମସ୍ୟା ଉପୁଜିବାର ଆଶଙ୍କାକୁ ଏଡ଼ାଇଦିଆଯାଇ ନ ପାରେ।

 

Show More

Related Articles

Back to top button