Breaking PLUSଓଡ଼ିଶାମୁଖ୍ୟ ଖବର

ବଢ଼ିଲା ଓଜେଇଇ କାଉନସେଲିଂ ଆବେଦନ ସମୟ

ଦେଶରେ କରୋନା ସମୟରେ ଆର୍ଥିକ ସମସ୍ୟା ଉପରେ ପ୍ରଭାବ ପଡ଼ିବା ସହିତ ଶିକ୍ଷା କ୍ଷେତ୍ର ଉପରେ ମଧ୍ୟ ଅନେକ ପ୍ରଭାବ ପଡ଼ିଛି ଯାହାଫଳରେ ରାଜ୍ୟରେ ଥିବା ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜ, ବୈଷୟିକ ତଥା ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ବିଟେକ୍‌, ବିଆର୍କ ଓ ଇଣ୍ଟିଗ୍ରେଟେଡ୍ ଏମ୍‌ଏସ୍‌ସି ପଢିବା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ୨୬ ତାରିଖ ଓଜେଇଇ କାଉନସେଲିଂରେ ଭାଗ ନେବା ପାଇଁ ପଞ୍ଜୀକରଣର ଶେଷ ଦିବସ ଥିଲା, ଯାହାକୁ ଆଜି ପୁଣି ବୃଦ୍ଧି କରାଯାଇଛି ।

ଆସନ୍ତା ୩୧ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ବିଟେକ୍‌, ବିଆର୍କ ଓ ଇଣ୍ଟିଗ୍ରେଟେଡ୍ ଏମ୍‌ଏସ୍‌ସି ପଢିବା ପାଇଁ ପଞ୍ଜୀକରଣ ଓ ଚଏସ୍ ଲକିଂ କରିପାରିବେ । ଓଜେଇଇ ଅଧ୍ୟକ୍ଷ ପ୍ରଫେସର ସୁଦୀପ କୁମାର ଚାନ୍ଦ ଏହି ସୂଚନା ଦେଇଛନ୍ତି । ସେହିପରି ଆଜି ଅପରାହ୍ନ ୫ଟାରେ ମକ୍ ସିଟ୍ ଆଲଟ୍‌ମେଣ୍ଟ୍ ପ୍ରକାଶ ପାଇଛି । ୩୦ ତାରିଖ ୧୧ଟା ୩୦ରୁ ଓଟିପି ବ୍ୟବହାର କରି ଚଏସ୍ ଲକ୍ କରିହେବ । ନଭେମ୍ବର ୩ ତାରିଖ ଅପରାହ୍ନ ୫ଟାରେ ପ୍ରଥମ ସିଟ୍ ଆଲଟମେଣ୍ଟ୍ ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ନଭେମ୍ବର ୪ରୁ ୮ ତାରିଖ ମଧ୍ୟରେ ଅନଲାଇନରେ ରିପୋର୍ଟିଂ କରିବା ସହିତ ଫି’ ପେମେଣ୍ଟ, ଡକ୍ୟୁମେଣ୍ଟ ଅପଲୋଡ୍ କରିପାରିବେ ।

ସେହିପରି ନଭେମ୍ବର ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ସ୍ପେଶାଲ୍ ଓଜେଇଇ ଦେଇଥିବା ବିଟେକଧାରୀ ଓ ଜେଇଇଧାରୀଙ୍କ ପାଇଁ ମଧ୍ୟ ପୂର୍ବରୁ ପଞ୍ଜୀକରଣ କରିନଥିବା ଛାତ୍ରଛାତ୍ରୀ କାଉନସେଲିଂ ପାଇଁ ପଞ୍ଜୀକରଣ କରିପାରିବେ । ଦ୍ୱିତୀୟ ସିଟ୍ ଆଲଟମେଣ୍ଟ ନଭେମ୍ବର ୧୫ ତାରିଖ ଅପରାହ୍ନ ୫ଟାରେ ପ୍ରକାଶ ପାଇବ । ଛାତ୍ରଛାତ୍ରୀ ୧୬ରୁ ୧୮ ତାରିଖ ମଧ୍ୟରେ ଅନଲାଇନରେ ରିପୋର୍ଟିଂ କରିବା ସହିତ ଫି’ ପେମେଣ୍ଟ, ଡକ୍ୟୁମେଣ୍ଟ ଅପଲୋଡ୍ କରିପାରିବେ ।ସେହିପରି ତୃତୀୟ ସିଟ୍ ଆଲଟ୍‌ମେଣ୍ଟ୍ ନଭେମ୍ବର ୨୦ ତାରିଖ ଅପରାହ୍ନ ୫ଟାରେ ବାହାରିବ ।

ଅନଲାଇନ ରିପୋର୍ଟିଂ, ଫି’ ପେମେଣ୍ଟ, ଡକ୍ୟୁମେଣ୍ଟ ଅପଲୋଡ୍ ୨୧ ଓ ୨୨ ତାରିଖରେ ହେବ । ୨୪ ତାରିଖ ଅପରାହ୍ନ ୫ଟାରେ ଚୂଡାନ୍ତ ସିଟ୍ ଆଲଟମେଣ୍ଟ ତାଲିକା ବାହାରିବ । ତେବେ ୨୫ ଓ ୨୬ ତାରିଖରେ କେବଳ ନୂଆ ମନୋନୀତ ଛାତ୍ରଛାତ୍ରୀ ଅନଲାଇନ ରିପୋର୍ଟିଂ, ଫି’ ପେମେଣ୍ଟ ଓ ଡକ୍ୟୁମେଣ୍ଟ ଅପଲୋଡ୍ କରିପାରିବେ । ନଭେମ୍ବର ୨୭ ତାରିଖ ଅପରାହ୍ନ ୫ଟାରେ ଛାତ୍ରଛାତ୍ରୀ ଆଲଟମେଣ୍ଟ ଲେଟର୍ ଡାଉନଲୋଡ୍ କରିପାରିବେ । ସେହିପରି କାଉନସେଲିଂ ପରେ ଖାଲି ପଡିଥିବା ସିଟ୍‌ଗୁଡିକ କଲେଜ ଓ ଶିକ୍ଷାନୁଷ୍ଠାନଗୁଡିକୁ ଫେରାଇ ଦିଆଯିବ । ୨୮ରୁ ୩୦ ତାରିଖ ମଧ୍ୟରେ କଲେଜ ଓ ଶିକ୍ଷାନୁଷ୍ଠାନଗୁଡିକରେ କରାଯାଇଥିବା ନାମଲେଖା ବାବଦରେ ସୂଚନା ଦିଆଯିବ । ତେବେ ଛାତ୍ରଛାତ୍ରୀ ସେମାନଙ୍କ କଲେଜ କିମ୍ବା ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ୱେବସାଇଟ୍ ଯାଞ୍ଚ କରିବାକୁ ପ୍ରଫେସର ଚାନ୍ଦ ପରାମର୍ଶ ଦେଇଛନ୍ତି

Show More

Related Articles

Back to top button