Breaking PLUSଦେଶ ବିଦେଶମୁଖ୍ୟ ଖବର

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କରୋନା

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି । ସଂକ୍ରମିତ ହେବା ପରେ ସ୍ମୃତି ଇରାନୀ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଇନେବାକୁ ନିବେଦନ କରିଛନ୍ତି

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି । ସଂକ୍ରମିତ ହେବା ପରେ ସ୍ମୃତି ଇରାନୀ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଇନେବାକୁ ନିବେଦନ କରିଛନ୍ତି । କରୋନା ଜୀବାଣୁ ସଂକ୍ରମିତ ହେବା ପରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ନିଜକୁ ଆଇସୋଲେସନରେ ରଖିଛନ୍ତି ।

ସ୍ମୃତି ଟ୍ୱିଟ୍ କରି କହିଛନ୍ତି- “ଘୋଷଣା କରିବା ସମୟରେ ଶବ୍ଦ ଖୋଜିବା ମୋ ପାଇଁ କଷ୍ଟକର; ତେଣୁ ଏଠାରେ ମୁଁ ଏହାକୁ ସରଳରେ କହିବି – ମୁଁ କୋଭିଡ୍ ପଜିଟିଭ୍ ଭାବେ ଚିହ୍ନଟ ହୋଇଛି ଏବଂ ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ମୁଁ ଅନୁରୋଧ କରିବି | ଯଥାଶୀଘ୍ର ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ ।

Show More

Related Articles

Back to top button