Breaking PLUSଦେଶ ବିଦେଶରାଜନୀତି

କରୋନାରେ ସଂକ୍ରମିତ ହେଲେ ନେପାଳ ପ୍ରଧାନମନ୍ତ୍ରୀ

ଏହା ସହ ତାଙ୍କ ପରାମର୍ଶଦାତା ଓ ଡାକ୍ତର ମଧ୍ୟ କରୋନାରେ ସଂକ୍ରମିତ ବୋଲି ଜଣାପଡିଛି

ଆମେରିକା ରାଷ୍ଟ୍ରପତିଙ୍କ ପରେ ନେପାଳ ପ୍ରଧାନମନ୍ତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କେପି ଓଲି କରୋନାରେ ସଂକ୍ରମିତ ହୋଇଛନ୍ତି। ଏହା ସହ ତାଙ୍କ ପରାମର୍ଶଦାତା ଓ ଡାକ୍ତର ମଧ୍ୟ କରୋନାରେ ସଂକ୍ରମିତ ବୋଲି ଜଣାପଡିଛି । ତାଙ୍କ ସୁରକ୍ଷାରେ ନିୟୋଜିତ ଥିବା ୭୬ ଯବାନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ପୂରା ଖାଲି କରାଯାଇ ସାନିଟାଇଜ କରାଯାଉଛି। ପ୍ରଥମେ ଓଲିଙ୍କ ଡାକ୍ତର ଦିବ୍ୟା ଶାହ କରୋନାରେ ସଂକ୍ରମିତ ହୋଇଥିଲେ। ଏହା ପରେ ତାଙ୍କ ସଂସ୍ପର୍ଶରେ ଥିବା ସବୁ ଲୋକଙ୍କ କରୋନା ଟେଷ୍ଟ କରାଗଲା। ଯାହାଦ୍ବାରା ଓଲିଙ୍କ କରୋନା ଟେଷ୍ଟ ପଜିଟିଭ ଆସିଛି।ପିଏମ ଓଲିଙ୍କ ସୁରକ୍ଷାରେ ନିଯୁକ୍ତ ଥିବା ସୁରକ୍ଷାକର୍ମୀ କରୋନାରେ ଆକ୍ରାନ୍ତ ହେବାରୁ ଓଲିଙ୍କ ସୁରକ୍ଷାକର୍ମୀଙ୍କୁ ଏବେ ବଦଳାଇ ଦିଆଯାଇଛି।

Show More

Related Articles

Back to top button