ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଏହି ୬ଟି ପ୍ରମୁଖ ଆହାର ସେବନ ଦ୍ୱାରା ଶରୀରକୁ ମିଳିଥାଏ ଭିଟାମିନ-ସି

ଆସନ୍ତୁ ଜାଣିବା କେଉଁ ଆହାରରେ ଭିଟାମିନ-ସି ରହିଛି

ଆପଣଙ୍କ ଶରୀରକୁ ରୋଗମୁକ୍ତ ଓ ଉର୍ଜାବନ ରଖିବାରେ ଭିଟାମିନ-ସିର ମୁଖ୍ୟ ଭୂମିକା ରହିଛି l ଏହା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଝବୁତ କରିଥାଏ l ଆପଣଙ୍କ ଶରୀରରେ ଭିଟାମିନ-ସି ର ଅନେକ ପ୍ରକାରର ରସାଇନୀକ କ୍ରିୟାର ଉପଯୋଗ ହୋଇଥାଏ ,ଯେପରିକି ଆମ ଶରୀରରେ ଥିବା ସୁକ୍ମ କୋଷିକା ଗୁଡିକୁ ଶକ୍ତି ଦେବା l ଭିଟାମିନ-ସି ଶରୀରର କାର୍ଯ୍ୟ ଦକ୍ଷତାକୁ ବଢ଼ାଇ ଦେଇଥାଏ l ଆଜି ଆସନ୍ତୁ ଜାଣିବା କେଉଁ ଆହାରରେ ଭିଟାମିନ-ସି ରହିଛି l

ଅଁଳା-ଅଁଳା ଭିଟାମିନ-ସି ରେ ଭରପୁର ଅଟେ l ଗୋଟିଏ କପ ସତେଜ ଅଁଳାରୁ ୪୧.୦୫ ମିଲିଗ୍ରାମ ଭିଟାମିନ-ସି ମିଳିଥାଏ l ଆପଣଙ୍କ ଶରୀରରେ ଆଇରନର ଅବସୋସଣ ପାଇଁ ଭିଟାମିନ-ସାର ଆବଶ୍ୟକତା ରହିଛି l ଏହା ବ୍ୟତୀତ ସୁସ୍ଥ ହାଡ ,ମାଂସପେଶୀ ,କାଟିଲେଜ ଇତ୍ୟାଦିକୁ ସୁସ୍ଥ ରଖିବାରେ ଭିଟାମିନ-ସି ର ଆବଶ୍ୟକ ରହିଥାଏ l

କମଳା-କମଳାରେ ଭିଟାମିନ-ସି ଓ ଫାଇବର ଭରପୁର ମାତ୍ରାରେ ମିଳିଥାଏ ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ l କମଳା ଆଣ୍ଟିଅକ୍ସିଡେଣ୍ଟରେ ଭରପୁର ଅଟେ ,ତେଣୁ କ୍ୟାନ୍ସରର ପ୍ରଭାବକୁ ନଷ୍ଟ କରିବାରେ ସହାୟକ ହୋଇଥାଏ l ଏହା ବ୍ୟତୀତ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଓ ପେଟରେ ଗ୍ୟାସ ସମସ୍ୟାକୁ ଦୂର କରିଥାଏ l

ଅଙ୍ଗୁର-ଅଙ୍ଗୁରରେ ଫାଇବର ଭିଟାମିନ-ସି ଓ ଇ ବ୍ୟତୀତ କ୍ୟାଲୋରୀ ଅଧିକ ମାତ୍ରାରେ ରହିଥାଏ l ଅଙ୍ଗୁର ଗୋଟିଏ ଏପରି ଫଳ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ଓ ବଢୁଥିବା ବୟସରେ ବିଭିନ୍ନ ପ୍ରକାର ରୋଗର ପ୍ରତିଷେଧକ ଭାବରେ ସାହାଯ୍ୟ କରିଥାଏ l ଅଙ୍ଗୁରରେ ଅଧିକାଂଶ ରୋଗ ଯେପରି ଟିବି ,କ୍ୟାନ୍ସର ଓ ପାଇରିଆ ପ୍ରଭୃତି ରୋଗ ପାଇଁ ଲାଭ ଦାୟକ ଅଟେ l

କ୍ୟାପ୍ସିକମ-କ୍ୟାପ୍ସିକମ ମଧ୍ୟ ଭିଟାମିନ-ସି ର ଗୋଟିଏ ଭଲ ସ୍ରୋତ l ଏହା ଆପଣଙ୍କ ଶରୀରରେ ଗମ୍ଭୀର ରୋଗର ସମ୍ଭାବନାକୁ କମ କରିଥାଏ ଓ ଆଣ୍ଟିଆକ୍ସିଡେଣ୍ଟ ରହିଥିବା ହେତୁ ଶରୀର ପାଇଁ ଲାଭ ଦାୟକ l ଭିଟାମିନ-ସି ମସ୍ତିଷ୍କର କାର୍ଯ୍ୟ ଦକ୍ଷତା ବଢ଼ାଇଥାଏ ଏହା ସହିତ କ୍ୟାପ୍ସିକମ କୋଲେଷ୍ଟ୍ରଲ କୁ ମଧ୍ୟ କମ କରିଥାଏ l

କଞ୍ଚା କଦଳୀ-କଞ୍ଚା କଦଳୀ ଆପଣଙ୍କ ଶରୀରରେ ଭିଟାମିନ-ସି ର କମିକୁ ପୁରା କରିଥାଏ l ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ଭିଟାମିନ-ସି ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି l ଭିଟାମିନ-ସି ଏକ ଆଣ୍ଟିଆକ୍ସିଡେଣ୍ଟ ଭାବରେ କାମ କରୁଥିବା ହେତୁ ଆପଣଙ୍କ ଚର୍ମକୁ ସଂକ୍ରମଣରୁ ଦୁରେଇ ରଖିଥାଏ l ଭିଟାମିନ-ସି ରୋଗ ପ୍ରତିରୋଧକ କ୍ଷମତା ବଢାଇବା ସହିତ ଅଧିକାଂଶ ରୋଗ ଯେପରିକି ସ୍କ୍ରବୀ ,ଆନିମିଆ ଓ ହୃଦୟ ସମ୍ବଧୀୟ ରୋଗରୁ ଦୁରେଇ ରଖେ l ତେଣୁ କଞ୍ଚା କଦଳୀ ଖାଇବା ଦ୍ୱାରା ଏହି ସବୁ ଉପକାର ମିଳିଥାଏl

ପାଳଙ୍ଗ-ପାଳଙ୍ଗରେ ଭିଟାମିନ-ଏ ,ସି ,ଫଲିକ ଏସିଡ ଓ ମ୍ୟାଗନେସିୟମ ଭରପୁର ମାତ୍ରାରେ ମିଳିଥାଏ l ଯାହା କ୍ୟାନ୍ସର ପ୍ରତିରୋଧକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି l ଏଥିରେ ଥିବା ଭିଟା କେରୋଟିଂ ଓ ଭିଟାମିନ-ସି ଆପଣଙ୍କ DNA କୁ କ୍ଷତି ହେବାରୁ ରକ୍ଷାକରିଥାଏ l ପାଳଙ୍ଗ ସେବନ କରିବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେବାର ସମ୍ଭାବନା ହେବାର କମ ହୋଇଥାଏ l

Show More

Related Articles

Back to top button