ଓଡ଼ିଶାମୁଖ୍ୟ ଖବର

ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ପର୍ଯ୍ୟଟକ ଅନଲାଇନରେ ଟିକେଟ କିଣିପାରିବେ କିମ୍ବା କରୋନା କଟକଣା ପାଳନ କରି କାଉଣ୍ଟରରୁ ଟିକେଟ ନେଇପାରିବେ

ଆଜିଠାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିଥିବା ବେଳେ ପ୍ରତିଦିନ ବନ୍ୟପ୍ରାଣୀ କର୍ତ୍ତୃପକ୍ଷ ୨୫୫୦ ଜଣ ପର୍ଯ୍ୟଟକଙ୍କୁ ବୁଲିବାକୁ ଅନୁମତି ଦେବେ । ସେମଧ୍ୟରୁ ମୁଖ୍ୟ ଚିଡ଼ିଆଖାନା ଭିତରକୁ ୧୫୦୦, କ୍ଷୁଦ୍ର ଚିଡ଼ିଆଖାନାକୁ ୭୫୦ ଏବଂ ହରିଣ ପାର୍କକୁ ୩ଶହ ଲୋକଙ୍କୁ ପର୍ଯ୍ୟାୟକ୍ରମେ ଛଡ଼ାଯିବ ।ପର୍ଯ୍ୟଟକ ଅନଲାଇନରେ ଟିକେଟ କିଣିବେ କିମ୍ବା କରୋନା କଟକଣା ପାଳନ କରି କାଉଣ୍ଟରରୁ ଟିକେଟ ନେଇପାରିବେ ।

କରୋନାକୁ ଦୃଷ୍ଟିରେ ରଖି ସଫାରି ଓ ବୋଟିଂକୁ ବନ୍ଦ କରାଯାଇଛି ।ପର୍ଯ୍ୟଟକ ଓ ଚିଡ଼ିଆଖାନାର କର୍ମଚାରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହୋଇଥିବା ବେଳେ କରୋନା କଟକଣାର ନିୟମକୁ କଡ଼ାକଡ଼ି କରାଯାଇଛି ।ସୂଚନାଅନୂଯାୟୀ, କରୋନା କଟକଣା ପାଇଁ ଗତ ସାତମାସ ହେବ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ବନ୍ଦ ରହିଥିଲା।

Show More

Related Articles

Back to top button