Breaking PLUSଓଡ଼ିଶାମୁଖ୍ୟ ଖବର
ଲଘୁଚାପ ପ୍ରଭାବରେ ଟ୍ୱିନ୍ ସିଟିରେ ଦୁଇଦିନ ଧରି ପ୍ରବଳ ବର୍ଷା ଜାରି
ସହରରେ ଘଣ୍ଟା ପ୍ରତି ୨ରୁ ୩ ମିଲିମିଟର ଯାଏଁ ବର୍ଷା ହେବାର ସମ୍ଭାବନା
ଲଘୁଚାପ ପ୍ରଭାବରେ ଟ୍ୱିନ୍ ସିଟିରେ ଦୁଇଦିନ ପର୍ଯ୍ୟନ୍ତ ଘଡଘଡି ସହ ବର୍ଷା ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ସୋମବାର ସକାଳ ସାଢେ ୮ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।ସୋମବାର ସକାଳୁ ମଙ୍ଗଳବାର ସକାଳ ସାଢେ ୮ଟା ପର୍ଯ୍ୟନ୍ତ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ସହରରେ ଘଣ୍ଟା ପ୍ରତି ପାଖାପାଖି ୨ରୁ ୩ ମିଲିମିଟର ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି ।ଟ୍ୱିନ୍ ସିଟିର ତଳି ଅଞ୍ଚଳରେ ବର୍ଷା ପାଣି ପସିବା ସହ ରାସ୍ତା ଦୃଶ୍ୟମାନ ନ ହେବ ବୋଲି କୁହାଯାଇଛି । ତେବେ ଅସ୍ଥାୟୀ ଭାବେ ଟ୍ରାଫିକ୍ ସମସ୍ୟା ମଧ୍ୟ ଦେଖା ଦେଇ ପାରେ ବୋଲି ସୂଚନା ଦିଆଯାଇଛି ।ସେପଟେ ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ଓ କଟକରେ ଝିପିଝିପି ବର୍ଷା ଜାରି ରହିଛି।