ଜୀବନଚର୍ଯ୍ୟା

ଶୀତଦିନେ ଓଜନ ବଢିଯାଉଥିଲେ ଖାଆନ୍ତୁ ଏହି ସବୁ ଜିନିଷ, ମିଳିବ ଲାଭ

ଶୀତଦିନେ ଗରମ ଏବଂ ସ୍ବାଦିଷ୍ଟ ଖାଦ୍ୟଠୁ ଦୂରେଇ ରହିବା ଅତ୍ୟନ୍ତ କଷ୍ଟକର ହୋଇଥାଏ। ଏହି ଋତୁରେ ଲୋକେ ଗରମ ଗରମ ଗାଜର ହାଲଓ୍ବା,ଗୋଲାପ ଜାମୁ,ସୋରିଷ ଶାଗ ଏବଂ ହଟ୍ ଚକୋଲେଟ୍ ଖାଇବାକୁ ପସନ୍ଦ କରନ୍ତି। ତେଣୁ ଶୀତଦିନେ ଲୋକଙ୍କ ଓଜନ ବଢ଼ିଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଶୀତଦିନେ କିଛି ଜିନିଷ କେବଳ ଓଜନ ବଢ଼ାଇନଥାଏ ବରଂ ପେଟର ଚର୍ବି କମ୍ କରିବାରେ ଅତ୍ୟନ୍ତ ସହାୟକ ହୋଇଥାଏ

୧. ଗାଜର : ଫାଇବରରେ ଭରପୂର ଗାଜରକୁ ହଜମ କରିବା ଶରୀର ପାଇଁ ସହଜ ହୋଇନଥାଏ। ଏହି କାରଣ ଯୋଗୁଁ ଆପଣଙ୍କୁ ଘଣ୍ଟା ଘଣ୍ଟା ଧରି ଭୋକ ଲାଗିନଥାଏ। ସ୍ବାଭାବିକ ଭାବେ ଯଦି ମନୁଷ୍ୟକୁ ଭୋକ ନ ଲାଗିଥାଏ ତେବେ ତାର ଓଜନ କମ୍ ହେବା ସ୍ବାଭାବିକ। ଦ୍ବିତୀୟରେ ଗାଜରରେ ଅତ୍ୟନ୍ତ କମ୍ କ୍ୟାଲୋରୀ ଏବଂ ନନ ଷ୍ଟାର୍କି ହେବା ଯୋଗୁଁ ଏହା ଓଜନ ବଢ଼ାଇ ନଥାଏ।
୨. ବିଟ୍ : ବିଟ୍‌ରେ ଓ୍ବେଟ୍ ଲସ୍ ହେଉଥିବା ଫାଇବର ମିଳିଥାଏ। ୧୦୦ଗ୍ରାମ୍ ବିଟ୍‌ରେ ୪୩ କ୍ୟାଲୋରୀ,୦.୨ଗ୍ରାମ୍ ଫ୍ୟାଟ୍ ଏବଂ କେବଳ ୧୦ଗ୍ରାମ୍ ଫ୍ୟାଟର ମାତ୍ରା ହୋଇଥାଏ। ଏ ସମସ୍ତ ପୋଷକ ତତ୍ତ୍ବ ମନୁଷ୍ୟର ଓଜନ ଶୀଘ୍ର କମାଇବାରେ ସହାୟକ ହୋଇଥାଏ।
୩. ଡାଲଚିନି : ରୋଷେଇ ଘରେ ଥିବା ଡାଲଚିନି ଶୀତଦିନେ ଶୀଘ୍ର ଓଜନ କମାଇଥାଏ। ଡାଲଚିନିରେ ଥିବା ସିନମାଲ୍ଡେହାଇଡ ଫ୍ୟାଟ୍ ଥିବା ଅନ୍ତନଳୀର ଟିସୁର ମେଟାବଲିଜମ୍ ସନ୍ତୁଳିତ ରଖିଥାଏ। ଏହା ଦ୍ବାରା ଇନସୁଲିନ୍ ମଧ୍ୟ ନିୟନ୍ତ୍ରିତ ହୋଇଥାଏ।

୪.ମେଥି : ଶୀତଦିନେ ମେଥି ମଞ୍ଜି ଓଜନ କମାଇବା ପାଇଁ କୌଣସି ଗୁଣକାରୀ ଔଷଧଠୁ କମ୍ ନୁହେଁ। ମେଥି ମଞ୍ଜି ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିଥାଏ ଏବଂ ଇନସୁଲିନର ସ୍ରାବକୁ ବଢ଼ାଇଥାଏ। ଏହା କେବଳ ଆପଣଙ୍କ ମେଟାବଲିଜମ୍ ସିଷ୍ଟମକୁ ଠିକ୍ ରଖିନଥାଏ ବରଂ ଏଥିରେ ଥିବା ଗ୍ଲାକ୍ଟୋମେନନ ଭୋକକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।
୫. ପିଜୁଳି : ଶୀତଦିନେ ମିଳୁଥିବା ସ୍ବାଦିଷ୍ଟ ପିଜୁଳି ମଧ୍ୟ ଘଣ୍ଟା ଘଣ୍ଟା ଧରି ମନୁଷ୍ୟର ଭୋକକୁ ନିୟନ୍ତ୍ରଣ ରଖିଥାଏ। ଏହା ଆପଣଙ୍କ ଶରୀର ପାଇଁ ଜରୁରୀ ଫାଇବରର ପ୍ରତିଦିନ ଆବଶ୍ୟକତାକୁ ୧୨ପ୍ରତିଶତ ପୂରା କରି ପାରିଥାଏ। ଏହି ଫଳ ମନୁ​ଷ୍ୟର ମେଟାବଲିଜମ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଏହା ମନୁଷ୍ୟର ଓଜନ କମାଇବାରେ ସହାୟକ ହୋଇଥାଏ।
୬. ହର୍ବାଲ୍ ଟି : ଶୀତଦିନେ ପାଣିର ଅଭାବ ଯୋଗୁଁ ଶରୀର ଡି-ହାଇଡ୍ରେଟ୍ ରହିବାର ଆଶଙ୍କା ଅଧିକ ରହିଥାଏ। ଡିହାଇଡ୍ରେସନ ଯୋଗୁଁ ମେଟାବଲିଜମ ସିଷ୍ଟମ୍ ଉପରେ କୁପ୍ରଭାବ ପଡ଼ିଥାଏ। ଏହି ଋତୁରେ ଗରମ ପାଣି କିମ୍ବା ହର୍ବାଲ୍ ଟି କେବଳ ଆପଣଙ୍କ ଶରୀରକୁ ହାଇଡ୍ରେଟ୍ ରଖିବାର କାମ କରିନଥାଏ ବରଂ ଭୋକକୁ ଦୀର୍ଘ ସମୟ ଯାଏଁ ନିୟନ୍ତ୍ରିତ ରଖିଥାଏ।

Show More

Related Articles

Back to top button