ସ୍ୱାସ୍ଥ୍ୟ

ମହାମାରୀ ଓ ଥଣ୍ଡା ସହ ଲଢ଼ିବାପାଇଁ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ ଏହିସବୁ ଫଳ

ଦେଶରେ କରୋନା ମହାମାରୀ ଲହରୀ ଜାରି ରହିଛି। ଏବେ ପୁଣି ଶୀତ ଋତୁ ଆରମ୍ଭ ହୋଇଛି। କରୋନା ଓ ଥଣ୍ଡା ଯୋଗୁଁ ଶରୀରର ପ୍ରତିରୋଧକ ଶକ୍ତି ମଜବୁତ କରିବା ଆବଶ୍ୟକ। ଥଣ୍ଡା ପାଗରେ ସଂକ୍ରମଣ ମାମଲା ବୃଦ୍ଧି ପାଇଥାଏ

ଏହି ସମୟରେ ପ୍ରତିରୋଧକ ବୃଦ୍ଧି ପାଇଁ ଫଳ ଠାରୁ ଆଉ କିଛି ଭଲ ବିକଳ୍ପ ନାହିଁ। ଏଥିପାଇଁ ଶୀତ ଋତୁରେ ଫଳ ସେବନ କରିବା ଆବଶ୍ୟକ।
କମଳା – ଶୀତ ଋତୁରେ କମଳା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର। କମଳାରେ କ୍ୟାଲସିୟମ ଓ ଭିଟାମିନ ଭରପୁର ମାତ୍ରାରେ ରହିଛି। ସେଥିପାଇଁ କମଳା ସେବନ ଦ୍ୱାରା ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ। ଏହା ତ୍ୱଚାକୁ ମଧ୍ୟ ସୁସ୍ଥ ରଖିଥାଏ। କୋଲେଷ୍ଟ୍ରୋଲ ଲେଭଲ କମ କରିଥାଏ ଓ ଓଜନ କମ କରିବାରେ ସାହାଯ୍ୟ କରିଥାଏ।
ଡାଳିମ୍ବ – ଡାଳିମ୍ବ ଭଲା କାହାର ପସନ୍ଦ ନୁହଁ ! ଡାଳିମ୍ବ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ଡାଳିମ୍ବର ଅନେକ ସ୍ୱାସ୍ଥ୍ୟକର ଗୁଣ ରହିଛି। ରକ୍ତଚାପ ରୋଗୀଙ୍କ ପାଇଁ ଡାଳିମ୍ବ ଅତ୍ୟନ୍ତ ଲାଭକାରୀ। ଡାଳିମ୍ବ ଶରୀରକୁ ଫ୍ରି ରେଡ଼ିକାଲ୍ସକୁ ମୁକ୍ତ କରିଥାଏ। ହୃଦୟ ସମ୍ବନ୍ଧୀୟ ରୋଗ ସହ ଲଢ଼ିବାରେ ମଧ୍ୟ ଏହା ସହାୟକ ହୋଇଥାଏ। ଏହା ପ୍ରୋଷ୍ଟେଟ କ୍ୟାନସରରୁ ମଧ୍ୟ ରକ୍ଷା କରିଥାଏ।
ଶୀତା ଫଳ – ବିଭିନ୍ନ ଜାଗାରେ ଶୀତା ଫଳର ଭିନ୍ନ ଭିନ୍ନ ନାଁ ରହିଛି। ଏହା କେବଳ ଥଣ୍ଡା ପାଗରେ ବା ଶୀତ ଋତୁରେ ହିଁ ମିଳିଥାଏ। ସ୍ୱାଦରେ ଏହା ଅତ୍ୟନ୍ତ ମିଠା। ଏହା ପ୍ରତିରୋଧକ କ୍ଷମତା ବଢ଼ିବାରେ ଅତ୍ୟନ୍ତ ପ୍ରଭାବଶାଳୀ। ଶୀତା ଫଳ ସେବନ ଦ୍ୱାରା ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା କମ ଥାଏ। ଏହା ବ୍ଲଡ଼ ସୁଗାର ନିୟନ୍ତ୍ରଣ କରିଥାଏ ଏବଂ ମୁଖ ବ୍ରଣ ମଧ୍ୟ ଦୂର କରିଥାଏ।

ପିଜୁଳି – ପିଜୁଳି ଅନେକ ଲୋକଙ୍କ ପ୍ରିୟ ଫଳ। ସ୍ୱାଦରେ ମିଠା ଓ ସ୍ୱାସ୍ଥ୍ୟ ପାଇଁ ହିତକର ପିଜୁଳି ଶୀତ ଋତୁରେ ମିଳିଥାଏ। କିନ୍ତୁ ବର୍ତ୍ତମାନ ପ୍ରତ୍ୟେକ ଋତୁରେ ପିଜୁଳି ଉପଲବ୍ଧ। ପିଜୁଳିରେ ଭିଟାମିନ-ସି ଓ ଆଣ୍ଟି ଅକ୍ସିଡେଣ୍ଟ ଭରପୁର ମାତ୍ରାରେ ରହିଛି। ଏହା ଶରୀରରେ ବିପଦପୂର୍ଣ୍ଣ ମୁକ୍ତ କଣିକା ଗତିବିଧି ବିରୋଧରେ ଲଢ଼ିଥାଏ। ପିଜୁଳିରେ ଫାଇବର ଥିବାରୁ ଏହା ପାଚନ କ୍ରିୟା ମଜବୁତ କରିବା ସହ ବ୍ଲଡ଼ ସୁଗାର ଲେଭଲ ନିୟନ୍ତ୍ରଣ କରିଥାଏ।
ମୌସମ୍ବି – ମୌସମ୍ବି ଲେମ୍ବୁ ପ୍ରଜାତିର। ଏଥିରେ ଭିଟାମିନ-ସି ଭରପୁର ମାତ୍ରାରେ ରହିଛି। ଏହାର ଆକାର କମଳା ଭଳି। ମୌସମ୍ବିକୁ ମିଠା ଲେମ୍ବୁ ବୋଲି ମଧ୍ୟ କୁହାଯାଏ। ଭିଟାମିନ-ସି ଯୁକ୍ତ ହୋଇଥିବାରୁ ଏହା ତ୍ୱଚା ପାଇଁ ବହୁତ ଲାଭଦାୟକ। ମୌସମ୍ବିକୁ ଗାଜର ସହ ମିଶାଇ ଜୁସ କରି ପିଇବା ମଧ୍ୟ ସ୍ୱାସ୍ଥ୍ୟ ଅତ୍ୟନ୍ତ ହିତକର। ମୌସମ୍ବିରେ ଭିଟାମିନ-ସି ଭରପୁର ମାତ୍ରାରେ ଥିବାରୁ ଏହା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ।

Show More

Related Articles

Back to top button