ବାଣିଜ୍ୟ

ଏୟାରଟେଲ ଗ୍ରାହକଙ୍କ ପାଇଁ ବଡ଼ ଉପହାର, ମାଗଣାରେ ମିଳିବ ଏପରି ସୁବିଧା

ଟେଲିକମ କମ୍ପାନୀ ପରସ୍ପରକୁ ଟକ୍କର ଦେବାକୁ ପ୍ଲାନ୍ ସହ ନୂଆ ନୂଆ ସେବା ଦେବାକୁ ଘୋଷଣା କରୁଛନ୍ତି। ବର୍ତ୍ତମାନ ଏୟାରଟେଲ ମଧ୍ୟ ନିଜ ଗ୍ରାହକଙ୍କ ପାଇଁ ନୂଆ ସେବା ଘୋଷଣା କରିଛି

ଏୟାରଟେଲ୍ ନିଜ ଗ୍ରାହକଙ୍କ ପାଇଁ Disney+ Hotstar VIP ସବସ୍କ୍ରିପସନ ଦେବା ଆରମ୍ଭ କରିଛି। ବିଶେଷ କଥା ହେଲା ଏହି ସେବା ମୋବାଇଲ ୟୁଜର୍ସ ସହ ଏୟାରଟେଲ ବ୍ରଡବ୍ରାଣ୍ଡ ପ୍ଲାନ ସହ Disney+ Hotstar VIP ସବସ୍କ୍ରିପସନ୍ ମଧ୍ୟ ଦେଉଛି।ଏୟାରଟେଲ ୱେବସାଇଟ ଅନୁସାରେ, ୪୯୯ ଟଙ୍କାରୁ ଅଧିକ ପୋଷ୍ଟପେଡ଼ ଲିମ୍ବ ୯୯୯ ଟଙ୍କାରୁ ଅଧିକ ବ୍ରଡବ୍ରାଣ୍ଡ ପ୍ଲାନ୍ ୟୁଜର୍ସଙ୍କୁ ନୂଆ ସେବାର ଫାଇଦା ମିଳିବ। ଏୟାରଟେଲର ୪୯୯ ଟଙ୍କା ପୋଷ୍ଟପେଡ଼ ପ୍ଲାନରେ ୭୫ ଜିବି ଡାଟା ମିଳିଥାଏ। ପ୍ଲାନରେ ସବୁ ନେଟୱାର୍କରେ ଅନଲିମିଟେଡ୍ କଲିଂ ଓ ଦୈନିକ ୧୦୦ଟି ଏସଏମଏସ୍ ମିଳିଥାଏ। ଏଥିରେ ଆମାଜନ ପ୍ରାଇମ ଓ ଏୟାରଟେଲ ଏକ୍ସଷ୍ଟ୍ରିମ ମେମ୍ବରସିପ ମଧ୍ୟ ମିଳୁଛି।

ଏହାଛଡା ବ୍ରଡବ୍ରାଣ୍ଡ ପ୍ଲାନ୍ ସହ ମିଳୁଥିବା Disney+ Hotstar ପ୍ଲାନ୍ ସମ୍ପର୍କରେ ଯଦି କୁହାଯାଏ ତାହେଲେ ୯୯୯ ଟଙ୍କା ପ୍ଲାନରେ Airtel XStream ଏଣ୍ଟରଟେନମେଣ୍ଟ ବ୍ରଡବ୍ରାଣ୍ଡ ପ୍ଲାନ୍ ସହ ଏହି ଅଫର୍ ମିଳୁଛି। ୧୪୯୯ ଟଙ୍କା ପ୍ଲାନରେ Disney+ Hotstar ର ଫ୍ରି ସବସ୍କ୍ରିପସନ ମିଳିବ। ଏହାସହ ୩୯୯୯ ଟଙ୍କା ପ୍ଲାନରେ ମଧ୍ୟ ଏହି ସବସ୍କ୍ରିପସନ ମିଳିବ।କମ୍ପାନୀ କହିଛି ଯେ ବର୍ତ୍ତମାନ ଏହି ଅଫର କିଛି ଗ୍ରାହକଙ୍କୁ ଦିଆଯିବ। ଯଦି ଆପଣ ବି ଏୟାରଟେଲର ପ୍ରିପେଡ୍ କିମ୍ବା ବ୍ରଡବ୍ରାଣ୍ଡ ଗ୍ରାହକ ଏବଂ ଜାଣିବାକୁ ଚାହୁଁଛନ୍ତି ଯେ ଆପଣଙ୍କୁ Disney+ Hotstar VIP ଫ୍ରି ମେମ୍ବରସିପ୍ ମିଳିଛି ନା ନାହିଁ ତାହେଲେ ଆପଣଙ୍କୁ ଏୟାରଟେଲ ଥେଙ୍କ୍ସ ଆପ୍ କୁ ଯାଇ ଚେକ୍ କରିବାକୁ ହେବ। କମ୍ପାନୀ କହିଛି ଯେ ଗ୍ରାହକ ପ୍ରତ୍ୟେକ ପୋଷ୍ଟପେଡ୍ ଓ ବ୍ରଡବ୍ରାଣ୍ଡ ପ୍ଲାନ୍ ପାଇଁ ଥରେ ହିଁ ଏହି ଅଫରର ଫାଇଦା ଉଠେଇ ପାରିବେ।

Show More

Related Articles

Back to top button