Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ ମୌସୁମୀ ସ୍ଥିତି ଦୁର୍ବଳ : ଦିନରେ ବଢୁଛି ତାପମାତ୍ରା

କିଛି ଅଞ୍ଚଳରେ ଘଡଘଡି ସହ ବର୍ଷା ସମ୍ଭାବନା

ରାଜ୍ୟରେ ମୌସୁମୀ ସ୍ଥିତି ଦୁର୍ବଳ ରହିଛି । ଏହା ପ୍ରଭାବରେ ଦିନରେ ତାପମାତ୍ରା ବଢୁଛି । ଏହାସହ କେତେକ ଅଞ୍ଚଳରେ ଘଡଘଡି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସେପଟେ ଆସନ୍ତା ୩ ଦିନ ରାଜ୍ୟର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ । ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୩୦ ତାରିଖ ଯାଏଁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ଏଭଳି ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ପୂର୍ବାନୁମାନ କରିଛି । ବୁଧବାର ଫୁଲବାଣୀ ଓ ବାରିପଦାକୁ ଛାଡ଼ି ରାଜ୍ୟର ଅନ୍ୟ କେଉଁଠି ଆଦୌ ବର୍ଷା ହୋଇନି । ଫୁଲବାଣୀରେ ମାତ୍ର ୭.୨ ମି.ମି., ପାରଳାଖେମୁଣ୍ଡିରେ ୨.୪ମି.ମି. ଓ ବାରିପଦାରେ ୧.୮ ମି.ମି. ବର୍ଷା ରେକର୍ଡ ହୋଇଛି ।

Show More

Related Articles

Back to top button