Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ସାରା ରାଜ୍ୟରେ ବଢୁଛି ତାତି

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରକୋପ।

ପ୍ରଚଣ୍ଡ ଖରାରେ ଆଉଟୁ ପାଉଟୁ ରାଜ୍ୟବାସୀ। ଅସହ୍ୟ ଗରମରେ ଦିନ ବେଳେ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡିଛି। ରାଜ୍ୟରେ ରବିବାର ୮ଟି ସହରରେ ତାପମାତ୍ରା ୪୦ ଛୁଇଁଛି। ସ୍ଵାଭାବିକ ଭାବେ ଟିଟିଲାଗଡ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସହରର ତାପମାତ୍ରା ୪୧.୬ ଡିଗ୍ରୀ ରହିଛି। ବଲାଙ୍ଗୀରକୁ ଟପି ଝାରସୁଗୁଡା ଆଜି ଦ୍ଵିତୀୟ ଉତ୍ତପ୍ତ ସହର ପାଲଟିଛି।

ଝାରସୁଗୁଡାରେ ତାପମାତ୍ରା ୪୧.୫ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗିରରେ ୪୧.୫ ଡିଗ୍ରୀ, ବୌଦ୍ଧରେ ୪୧.୫ ଡିଗ୍ରୀ, ସମ୍ବଲପୁରରେ ୪୧.୧ ଡିଗ୍ରୀ, ସୋନପୁରରେ ୪୧ ଡିଗ୍ରୀ, ଭବାନୀପାଟଣାରେ ୪୦.୨ ଡିଗ୍ରୀ, ସୁନ୍ଦରଗଡରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ଵରରେ ରବିବାର ତାପମାତ୍ରା ୩୫.୯ ଏବଂ କଟକରେ ୩୫.୪ ଡିଗ୍ରୀ ରହିଛି।

Show More

Related Articles

Back to top button