Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ ଆସନ୍ତା ଦୁଇ ଦିନ ହାଲୁକା ବର୍ଷା

ଭିଜିବ ୯ ଜିଲ୍ଲା

ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସୋମବାର ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ବିଭାଗ ପୂର୍ବାନୁମାନ କରିଛି । ସେହିଭଳି ୫ରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ରବିବାର ଟିଟିଲାଗଡ଼ ପୁଣି ତାତିଛି । ଏହା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଏଠାରେ ଦିନବେଳା ତାପମାତ୍ରା ୪୧.୬ ଡିଗ୍ରୀ ରେକର୍ଡ ହୋଇଛି । ସେପଟେ ବୌଦ୍ଧ, ବଲାଙ୍ଗୀର ଓ ଝାରସୁଗୁଡ଼ାରେ ବି ବହୁ ତାତି ଅନୁଭୂତ ହୋଇଥିଲା । ଏଠାରେ ତାପମାତ୍ରା ୪୧.୫ଡିଗ୍ରୀ ରହିଥିଲା ।

ସମ୍ବଲପୁରରେ ୪୧.୧ ଓ ସୋନପୁରରେ ତାପମାତ୍ରା ୪୧ ଡିଗ୍ରୀ ଥିଲା । ସୁନ୍ଦରଗଡରେ ୪୦ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତେବେ ଗତକାଲି ଭୁବନେଶ୍ୱର, ପୁରୀ ଓ କଟକ ସମେତ ଅଧିକାଂଶ ସହରର ତାପମାତ୍ରା କମ୍‌ ଥିଲା । ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । କିନ୍ତୁ କୌଣସି ସ୍ଥାନରେ ବର୍ଷା ହୋଇନି । ସୋମବାର ଓ ମଙ୍ଗଳବାର ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ । ୪ରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ବିଭାଗ ପୂର୍ବାନୁମାନ କରିଛି । ସେହିଭଳି ୫ରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

Show More

Related Articles

Back to top button