ଓଡ଼ିଶା

ଆସିଲା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନକୁ ଆସିବେ ନୂଆ ଜୀବ

ଚାଲିଛି ଖୁଆଡ଼ ପ୍ରସ୍ତୁତ

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି। ଏଥିପାଇଁ ନନ୍ଦନକାନନରେ ଏବେ ନୂଆ ଖୁଆଡ ପ୍ରସ୍ତୁତ ଚାଲିଛି। ଦୀର୍ଘ ବର୍ଷ ହେଲା ନନ୍ଦନକାନନରୁ କେତେକ ବିରଳ ଜୀବଜନ୍ତୁ ଲୋପ ପାଇବା ଫଳରେ ଅଧିକାଂଶ ଖୁଆଡ ଗୁଡିକ ଖାଲି ପଡିଥିଲା। ଏଥିପାଇଁ ପର୍ଯ୍ୟଟକ ବିରଳ ଜୀବଜନ୍ତୁଙ୍କୁ ଦେଖି ନପାରି ନିରାଶ ହେଉଥିଲେ। ସେହିପରି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ, ବିରଳ ବଣମିଣିଷ , ପିଗଟେଲ ମାକାଃଓ ଏବଂ ଗଣ୍ଡା ନନ୍ଦନକାନନ ଆସିବେ । ଏନେଇ ଆଇଜୋଲ ଚିଡିଆଖାନା ଓ ହାଇଦ୍ରାବାଦ ଚିଡିଆଖାନା ସହମତି ପ୍ରକାଶ କରିଛନ୍ତି ।

ତେବେ କେନ୍ଦ୍ରୀୟ ଚିଡିଆଖାନା କତ୍ତୃପକ୍ଷଙ୍କ ସବୁଜ ସଂକେତ ମିଳିଲା ମାତ୍ରେ , ଆସନ୍ତା ଜୁଲାଇ ମାସ ସୁଦ୍ଧା ଏହି ସବୁ ଜୀବଜନ୍ତୁ ନନ୍ଦନକାନନକୁ ଆସିବା ନେଇ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସେହିପରି ପୂର୍ବରୁ ଦୁବାଇ,ସିଙ୍ଗାପୁର, ଭିଏତ୍ ନାମ ରୁ କିଛି ଜନ୍ତୁ ଆସିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଯୋଗାଯୋଗ ହେବା ସମୟରେ କରୋନା କଟକଣା ଲାଗୁ ହୋଇଯାଇଥିଲା । ଏବେ କରୋନା ସ୍ଥିତି ସୁଧୁରି ଥିବାରୁ, ବିଦେଶ ଚିଡିଆଖାନା ସହିତ ପୁଣି ଯୋଗା ଯୋଗ ଆରମ୍ଭ ହୋଇ ପାରିବ । ସଫଳ ହେଲେ ବିଦେଶରୁ ମଧ୍ୟ ଅଧିକ ବିରଳ ଜନ୍ତୁ ଆସିବା ନେଇ ଆଶା କରାଯାଉଛି ।

Show More

Related Articles

Back to top button