ଦେଶ ବିଦେଶମୁଖ୍ୟ ଖବର

ସାରା ଦେଶରେ ବିମ୍ୱଳରେ ଉଡିଲା ଇଣ୍ଡିଗୋର ବିମାନ

କାରଣ ଜାଣି ହେବେ ଚକିତ, ଆକ୍ସନରେ DGCA

ଶନିବାର ସାରା ଦେଶରେ ଇଣ୍ଡିଗୋର ବିମାନ ଉଡାଣରେ ବିଳମ୍ୱ ଯୋଗୁଁ ବେସାମିରକ ବିମାନ ଚଳାଚଳ ମନ୍ତ୍ରଣାଳୟ ଆକ୍ସନକୁ ଆସିଛି। ଡିଜିସିଏ ଏହି ମାମଲାରୁ ଗୁରୁତ୍ୱର ସହ ନେଇ ବିମାନ ପରିଚାଳନା କମ୍ପାନିକୁ ନୋଟିସ ଜାରି କରି ଏହି ବିଳମ୍ୱର କାରଣ ପଚାରିଛି । ତେବେ ସୂତ୍ର ଅନୁସାରେ ଉଡାଣରେ ବିଳମ୍ୱ ପଛରେ କମ୍ପାନି ନିକଟରେ ପର୍ଯ୍ୟାପ୍ତ ସଂଖ୍ୟାରେ ପାଇଲଟ୍ ନଥିବା ଜଣାପଡିଛି । ଏହି କାରଣରୁ ବିମାନ ଗୁଡିକ ନିଜ ପୂର୍ବନିର୍ଦ୍ଧାରିତ ସମୟରେ ଉଡାଣ ଭାରି ପାରି ନଥିଲା। ଉଲ୍ଲେଖଯୋଗ୍ୟ ଯେ, ଅଧିକାଂଶ ପାଇଲଟ୍ ଛୁଟି ନେଇ ଏୟାର ଇଣ୍ଡିଆରେ ସାକ୍ଷାତକାର ଦେବା ପାଇଁ ଯାଇ ଥିବାରୁ ବିମାନ ଚାଳକଙ୍କ ସଂଖ୍ୟାରେ ଏହି ହ୍ରାସ ଦେଖା ଦେଇଥିଲା।

ସୂଚନା ଅନୁସାରେ ବିମାନ ଚାଳକ ଦଳର ସଦସ୍ୟମାନେ ଅସୁସ୍ଥ ଥିବା ନାଁରେ ଛୁଟି ନେଇ ଏୟରା ଇଣ୍ଡିଆର ଭର୍ତ୍ତି ପ୍ରକ୍ରିୟାରେ ଯୋଗ ଦେବା ପାଇଁ ଯାଇଥିଲେ । ଏହା ଉପରେ ଏକ ପ୍ରଶ୍ନର ଜବାବରେ ଡିଜିସିଏର ମୁଖ୍ୟ ଅରୁଣ କୁମାର ରବିବାର କହିଛନ୍ତି, ଏହି ମାମଲା ଉପରେ ଆମ ନଜର ରହିଛି। ଉଲ୍ଲଖଯୋଗ୍ୟ ଯେ, ଇଣ୍ଡିଗୋ ଦେଶର ସବୁଠୁ ବଡ଼ ଏୟାରଲାଇନ କମ୍ପାନି। ଏହା ପ୍ରତିଦିନ ପ୍ରାୟ ୧୬୦୦ ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ ଉଡାଣର ପରିଚାଳନା କରିଥାଏ।

Show More

Related Articles

Back to top button