ଦେଶ ବିଦେଶ

କେସିଆରଙ୍କ ଗଡରେ ଖୁବ୍ ଗର୍ଜିଲେ ପ୍ରଧାନମନ୍ତ୍ରୀ ମୋଦୀ

କହିଲେ- ଡବଲ ଇଞ୍ଜିନ ସରକାର ଚାହାନ୍ତି ତେଲେଙ୍ଗାନାବାସୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କେସିଆରଙ୍କ ଗଡରେ ଖୁବ୍ ଗର୍ଜିଛନ୍ତି। ତେଲେଙ୍ଗାନାବାସୀ ପରିବର୍ତ୍ତନ ଚାହୁଁଥିବା ମୋଦୀ କହିଛନ୍ତି। ସେମାନେ ତେଲେଙ୍ଗାନାରେ ଡବଲ ଇଞ୍ଜିନ ସରକାର ଚାହାନ୍ତି। ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ପରେଡ ଗ୍ରାଉଣ୍ଡରେ ବିଜେପିର ବିଜୟ ସଂକଳ୍ପ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି, ତେଲେଙ୍ଗାନାର ଗରିବଙ୍କୁ ମାଗଣା ରାସନ ମିଳୁ, ମାଗଣା ଚିକିତ୍ସା ହେଉ ଏବଂ ବିଜେପି ସରକାରଙ୍କ ନୀତିର ଲାଭ ସଭିଙ୍କୁ ବିନା ଭେଦଭାବରେ ମିଳିବା ଉଚିତ୍। ଏହାକୁ ହିଁ ସବକା ସାଥ, ସବକା ବିକାଶ କୁହାଯାଏ। ୨୦୧୯ ନିର୍ବାଚନରେ ବିଜେପି ଯେତେ ଜନସମର୍ଥନ ତେଲେଙ୍ଗାନାରେ ହାସଲ କରିଥିଲା, ସେଥିରେ ନିରନ୍ତର ବୃଦ୍ଧି ଘଟି ଚାଲିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ମହିଳାଙ୍କୁ କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ମିଳୁଛି। ଆଜି ମହିଳା ଅନୁଭବ କରୁଛନ୍ତି ଯେ, ସେମାନଙ୍କ ଜୀବନ ସହଜ ହୋଇଛି, ସେମାନଙ୍କୁ ଅନେକ ସୁବିଧା ସୁଯୋଗ ମିଳୁଛି। ଏବେ ସେମାନେ ଦେଶ ବିକାଶରେ ଅଧିକ ଯୋଗଦାନ ଦେଇ ପାରିବେ। ବିଜେପି ଏହି ସେବା ଭାବର ଲାଭ ତେଲେଙ୍ଗାନାର ପ୍ରତ୍ୟେକ ଗରିବ, ପଛୁଆ, ଦଳିତ ଏବଂ ମଧ୍ୟମ ବର୍ଗକୁ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Show More

Related Articles

Back to top button