ଓଡ଼ିଶାମୁଖ୍ୟ ଖବର

ଦୁଇମାସ ପରେ ପୁଣି ରାଜଧାନୀରେ ଗଡ଼ିବ ସିଟି ବସ୍‌

ପ୍ରଥମ ପର୍ଯ୍ୟାୟରେ ଚାଲିବ ୮୯ ବସ୍‌

ଆସନ୍ତା କାଲିଠାରୁ ଆରମ୍ଭ ହେବ ସିଟି ବସ ସେବା । ଦୁଇ ମାସ ପରେ ପୁଣି ରାସ୍ତାରେ ଗଢ଼ିବ ବସ । ପ୍ରଥମ ପର୍ଯ୍ୟାୟରେ ୮୯ ଟି ବସ ଚାଲିବ । ତେବେ ଭୁବନେଶ୍ବର ସିଟି ବସ ଡିପୋରେ ବସଗୁଡ଼ିକକୁ ଆଜି ସାନିଟାଇଜ କରାଯାଉଛି । ଚଳାଚଳ ପୁର୍ବରୁ ସମସ୍ତ ବସକୁ ସାନିଜଟାଇଜ କରାଯିବ ବୋଲି କ୍ୟାପିଟାଲ ରିଜୟନ ଅର୍ବନ ଟ୍ରାନ୍ଫୋର୍ଟ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ବସ ଚଳାଚଳକୁ ମଧ୍ୟ ଚାହିଁବସିଛନ୍ତି ରାଜଧାନୀ ବାସିନ୍ଦା ।ଲକଡାଉନ ଯୋଗୁଁ ବନ୍ଦ ହୋଇଥିଲା ସିଟି ବସ ସେବା। ସୋମବାର ଠାରୁ ୧୬ ଟି ରୁଟରେ ଏହି ସେବା ପୁଣିଥରେ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୮୯ ଟି ବସ ଚାଳାଚଳ ପାଇଁ ନିସ୍ପତ୍ତି ନେଇଛି CRUT । କୋଭିଡ ଗାଇଡ ଲାଇନ ଅନୁଯାୟୀ ବସ ଚଳାଚଳ ହେବ ।

ବିନା ମାସ୍କରେ ବସରେ ପାସେଞ୍ଜରଙ୍କୁ ଯାତ୍ରାକରିବାକୁ ଅନୁମତି ଦିଆଯିବ ନାହିଁ । ସିଟ ଅନୁଯାୟୀ ପାସେଞ୍ଜର ଯିବେ । ଠିଆ ହୋଇଯିବା ପାଇଁ ପାସେଞ୍ଜରଙ୍କୁ ଅନୁମତି ବୋଲି କ୍ରୁଟ(CRUT) ପକ୍ଷରୁ କୁହାଯାଇଛି ।ଗତ ମେ ମାସ ୧୯ରୁ ମୋ ବସ ସେବା ସମ୍ପୁର୍ଣ୍ଣ ଭାବେ ବନ୍ଦ ରହିଥିଲା । କେବଳ କିଛି ବସ ଜରୁରୀକାଳୀନ ସେବା ପାଇଁ ଚାଲୁଥିବା ବେଳେ ଆଉ ସମସ୍ତ ବସ ଡିପୋରେ ରହିଥିଲା । ଏପଟେ ବସ ସେବା ବନ୍ଦ ରହିଥିବାରୁ ଅନେକ ଯାତ୍ରୀ ମଧ୍ୟ ହଇରାଣ ହେଉଥିଲେ । ବସ ଚଳାଚଳ ହେଲେ ପୁଣି ସୁବିଧା ହେବ ବୋଲି ଯାତ୍ରୀ କହିଛନ୍ତି । ଅନ୍ୟପଟେ ଯାତ୍ରୀଙ୍କ ସୁରକ୍ଷା ପାଇଁ ବସଟିକୁ ବାରମ୍ବାର ସାନିଟାଇଜ କରି ରଖିବା ଚଲାଇବାକୁ ମଧ୍ୟ ଯାତ୍ରୀ ଦାବି କରିଛନ୍ତି ।କେବଳ ସିଟି ବସ ନୁହେଁ ଆସନ୍ତାକାଲି ଠାରୁ ଘରୋଇ ବସ ସେବା ମଧ୍ୟ ଆରମ୍ଭ ହେଉଛି । ତେବେ କୋଭିଡ ଗାଇଡ ଲାଇନ ଅନୁଯାୟୀ ବସ ଚଳାଚଳ ହେବ ।

Show More

Related Articles

Back to top button