ଓଡ଼ିଶାମୁଖ୍ୟ ଖବର

୫ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ରାଜ୍ୟର ୧୯ଟି ଜିଲ୍ଲାରେ ସ୍ୱଭାବିକ ଠାରୁ କମ୍‌ ବର୍ଷା ରେକର୍ଡ

ରାଜ୍ୟର ୫ଟି ଜିଲ୍ଲାକୁ ବଜ୍ରପାତ ସହିତ ବର୍ଷା ସମ୍ଭାବନା ରହିଛି । ଏହି ୫ଟି ଜିଲ୍ଲା ହେଲା- ଦେବଗଡ଼, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଏବଂ କେନ୍ଦୁଝର ଏଥି ସହିତ ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ୨୭ ପ୍ରତିଶତ କମ ବର୍ଷା ହୋଇଛି। ୪୦୫ ମିଲିମିଟର ବଦଳରେ ୨୯୫ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

୧୯ ଟି ଜିଲ୍ଲାରେ ହୋଇଛି ସ୍ବାଭାବିକଠାରୁ କମ ବର୍ଷା। ଭଦ୍ରକ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜଣା ପଡ଼ିଛି ।ଭଦ୍ରକରେ ୫୯ ପ୍ରତିଶତ ବର୍ଷା ହୋଇଥିବା ବେଳେ ଯାଜପୁରରେ ୫୧ ପ୍ରତିଶତ କମ ବର୍ଷା ହୋଇଛି । ସେହିପରି କେନ୍ଦୁଝର ଓ ବଲାଙ୍ଗିରରେ ସ୍ବାଭାବିକଠାରୁ ୪୪ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି। ଗଜପତିରେ ୪୨ ଓ ସମ୍ବଲପୁରରେ ୪୦ ପ୍ରତିଶତ କମ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି।

Show More

Related Articles

Back to top button