ଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଅଗଷ୍ଟ ଶେଷକୁ ଆସିପାରେ କୋଭିଡ ତୃତୀୟ ଲହର

ଟେଷ୍ଟିଂ ଓ ଟିକାକରଣକୁ ବ୍ୟାପକ କରିବାକୁ ବିଶେଷଜ୍ଞଙ୍କ ପରାମର୍ଶ

ଆଇସିଏମଆର ଓ ଇମ୍ପେରିଆଲ କଲେଜ ଅଫ ଲଣ୍ଡନ ମିଳିତ ଭାବେ ଏକ ଗବେଷଣା କରିଛନ୍ତି । ଅଗଷ୍ଟ ଶେଷ ବେଳକୁ କୋଭିଡ ତୃତୀୟ ଲହର ଆସିବ ଏବଂ ଦୈନିକ ପ୍ରଥମ ଲହର ଭଳି ୧ ଲକ୍ଷ କେସ ଚିହ୍ନଟ ହେବ । ଟୀକାକରଣରେ ପ୍ରକ୍ରିୟାରେ ମନ୍ଥର ଗତି ଏବଂ ଅନଲକ ଯୋଗୁଁ ତୃତୀୟ ଲହର ଆସିବ । ଯଦି ବର୍ତ୍ତମାନର ଷ୍ଟ୍ରେନ ଜାରି ରହିଲା ତେବେ ଏଭଳି ସ୍ଥିତି ରହିବ କିନ୍ତୁ ଯଦି ଅଧିକ ସଂକ୍ରାମକ ଷ୍ଟ୍ରେନ ଆସେ ତେବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବହୁତ ଅଧିକ ରହିବ ।ସେପଟେ R ଭ୍ୟାଲୁ ୧ ଉପରକୁ ରହିଲେ ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବଢିବ । ଯାହାକି କେରଳରେ ଦେଖିବାକୁ ମିଳୁଛି । କେରଳରେ ସବୁଠାରୁ ଅଧିକ ୧.୧ ଥିଲା R ଭ୍ୟାଲୁ ।

ସେଥିପାଇଁ R ଭ୍ୟାଲୁ ଅଧିକ ଥିବା ସ୍ଥାନ ଗୁଡ଼ିକ ପାଇଁ କଡ଼ା ପଦକ୍ଷେପ ନେବାକୁ ପଡ଼ିବ । କିଛି ଦିନ ତଳେ ମେ ଶେଷ ବେଳକୁ R ଭ୍ୟାଲୁ ୦.୭୮କୁ ଖସି ଆସିଥିଲା ଏବଂ ଜୁନ ବେଳକୁ ବଢ଼ିକି ୦.୮୮ହୋଇଛି ।କିଛି ଦିନ ତଳେ R ଭ୍ୟାଲୁ ସମଗ୍ର ଦେଶରେ ୦.୯୫ ହୋଇଯାଇଥିଲା । R ଭ୍ୟାଲୁ ଅଧିକ ହେବା ଗୋଟିଏ ବଡ଼ ଚିନ୍ତାର କାରଣ । ୧ ଉପରକୁ ଗଲା ମାନେ, ମହାମାରୀ ପୁଣି ମୁଣ୍ଡ ଟେକିଲା ବୋଲି କୁହାଯାଇପାରିବ । ତୃତୀୟ ଲହର ଆସିବା ସତ ହୋଇଯିବ । ସୁନ୍ଦରଗଡ଼ରେ ବର୍ତ୍ତମାନ ତୃତୀୟ ଲହର ତ ଆରମ୍ଭ ହୋଇନାହିଁ । କାରଣ ସଂକ୍ରମିତଙ୍କ ସଂଖ୍ୟା ସେଠାରେ ସେତେ ଅଧିକ ବଢ଼ିନାହିଁ ।ତଥାପି ଟେଷ୍ଟିଂ ସେ ଅଞ୍ଚଳରେ ପ୍ରାଥମିକତା ଭିତ୍ତିରେ କରିବାକୁ ପଡ଼ିବ ଓ ଟୀକାକରଣ ଦୃତ ଗତିରେ କରିବାକୁ ପଡ଼ିବ । ଭାରତରେ ତ ବର୍ତ୍ତମାନ ସୁଦ୍ଧା ତୃତୀୟ ଲହର ଆସିନାହିଁ କିନ୍ତୁ ଅନ୍ୟ ଦେଶ ଗୁଡ଼ିକରେ ଆସିଲାଣି । ତେଣୁ ଆମ ଦେଶରେ ତୃତୀୟ ଲହର ଆସିବାର ବହୁତ ସମ୍ଭାବନା ଅଛି । ତେଣୁ ଏବେ ଠୁ ସଚେତନ ହେବାକୁ ପଡ଼ିବ ।

Show More

Related Articles

Back to top button