Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୋଆର ୧୫ବର୍ଷର ଉତ୍କର୍ଷ ସେବା

ଇତିମଧ୍ୟରେ ସୋଆକୁ ୧୫ ବର୍ଷ ବିତି ଯାଇଛି । ସୋଆରୁ ୧୨ହଜାରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ବିଶ୍ୱରେ ବିଭିନ୍ନ ସ୍ଥାନରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ଆଜି ସୋଆ ପୂର୍ବ ଭାରତର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଭାବରେ ସୁଖ୍ୟାତି ଅର୍ଜନ କରିଛି ।

ଇତିମଧ୍ୟରେ ସୋଆକୁ ୧୫ ବର୍ଷ ବିତି ଯାଇଛି । ସୋଆରୁ ୧୨ହଜାରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ବିଶ୍ୱରେ ବିଭିନ୍ନ ସ୍ଥାନରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ଆଜି ସୋଆ ପୂର୍ବ ଭାରତର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଭାବରେ ସୁଖ୍ୟାତି ଅର୍ଜନ କରିଛି । ସୋଆ ସର୍ବଦା ଶିକ୍ଷାର ଗୁଣବତା ଏବଂ ଅଭିନବ ଗବେଷଣା ଉପରେ ଗୁରୁତ୍ୱ ଦେଇଥିବା, ଏହାର ଛାତ୍ର ଛାତ୍ରୀ ମାନେ ଏହାକୁ ପ୍ରମାଣିତ କରିଛନ୍ତି ।

ଖୁବ ଅଳ୍ପ ସମୟ ମଧ୍ୟରେ ସୋଆ ନିଜ ଗୁଣାତ୍ମକ ଶିକ୍ଷା ପାଇଁ ବିଭିନ୍ନ ସଫଳତା ପାଇ ପାରିଛି । ୨୦୦୭ରେ ପ୍ରଥମେ କେନ୍ଦ୍ର ସରକାର ସୋଆକୁ ଡିମ୍ଡି ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଥିଲେ । ଏହା ପରେ ସୋଆ ସଫଳତାର ସିଢିରେ ପାହାଚ ପରେ ପାହାଚ ଚଢିଚାଲିଛି । ୨୦୧୬ ମସିହାରେ ଶିକ୍ଷା ମନ୍ତ୍ରାଳୟ କରାଯାଇଥିବା ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଂକିଙ୍ଗରେ ସୋଆ ଶ୍ରେଷ୍ଠ ୨୫ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଥିଲା । କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଂକିଙ୍ଗରେ ସୋଆ ବିଶ୍ୱ ସ୍ତରେରେ ୮୦୧-୧୦୦୧ ରାଂକିଙ୍ଗ ପାଇଥିଲା । ତେବେ ଟାଇମ୍ସ ହାୟର୍ ଏଜୁକେସନ ଦ୍ୱାରା 2021 ଏକ ସର୍ଭେ କରାଯାଇଥିଲା ଯେଉଁ ଥିରେ ୱାର୍ଡରାଂକିଙ୍ଗରେ ସୋଆର ସ୍ଥାନ ୧୦୦୧ ପ୍ଲସ କ୍ୟାଟେଗୋରିରେ ଆସିଛି । ତେବେ ସୋଆର ଏହି ସଫଳତା ପଛରେ ସୋଆର ପ୍ରତଷ୍ଠାତା ପ୍ରଫେସର ମନୋଜରଞ୍ଜନ ନାୟକ ଓ ଏହାର କର୍ମକର୍ତ୍ତାଙ୍କର ନିଷ୍ଠା ଓ ନିରନ୍ତର ସେବା ଅନୁଷ୍ଠାନକୁ ଉନ୍ନତିର ଅସିମିତ ଆକାଶ ଆଡକୁ ତ୍ୱରିତ କରାଇଛି ।

Show More

Related Articles

Back to top button