ଓଡ଼ିଶା

ବଜ୍ରପାତରେ ଅଣ ଓଡ଼ିଆଙ୍କ ମୃତ୍ୟୁ

କୁଡ଼ିଆ ଭିତରେ ଆଶ୍ରୟ ନେଇଥିବା ବେଳେ ଚାଲିଗଲା ଜୀବନ

ବଜ୍ରପାତରେ ଜଣେ ଅଣ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଓଟ ବୁଲାଇ ରୋଜଗାର କରିବାକୁ ଆସିଥିବା ବେଳେ ତାଙ୍କ ଜୀବନ ଯାଇଛି । ମୃତକ ଜଣକ ହେଲେ ଉତ୍ତରପ୍ରଦେଶ ମିର୍ଜାପୁର ଅଞ୍ଚଳର ୨୨ ବର୍ଷ ବୟସ୍କ ଦୀପ ଚାନ୍ଦ । ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଦେଓଝରଣ ଅଞ୍ଚଳରେ ଏପରି ଘଟଣା ଘଟିଛି ।

ବର୍ଷା କାରଣରୁ ଓଟକୁ ବାନ୍ଧି ଏକ କୁଡିଆ ଘର ମଧ୍ୟରେ ଆଶ୍ରୟ ନେଇଥିବା ବେଳେ ଏହାର ଉପରକୁ ବଜ୍ରପାତ ହୋଇଥିଲା । ଏଥିରେ ଅନ୍ୟ ଜଣେ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି ।

Show More

Related Articles

Back to top button