Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

୩ ମହାନଗର ନିଗମରେ କିଏ ହେବେ ମେୟର ?

ପୌରାଞ୍ଚଳରେ ବାଜି ମାରିବ କିଏ ?

ଆଜି ଆସିବ ପୌର ରେଜଲ୍ଟ । ଏହା ଉପରେ ସାରା ରାଜ୍ୟବାସୀଙ୍କ ନଜର, ଏବଂ ଭୋଟ ଗଣତି ପରେ ସ୍ପଷ୍ଟ ହୋଇଯିବ ଚିତ୍ର। ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ଶନିବାର ଦିନ ୩ ମହାନଗର ନିଗମ ଭୁବନେଶ୍ବର, କଟକ ଓ ବ୍ରହ୍ମପୁରର ରେଜଲ୍ଟ । ଏହାସହ ୪୭ ଟି ମ୍ୟୁନିସିପାଲ ଏବଂ ୫୯ ଟି ଏନଏସି ସହ ମୋଟ୍ ୧୦୬ଟି ପୌର ପରିଷଦର ଆସିବ ରେଜଲ୍ଟ । ଇଭିଏମରେ ସିଲ୍ ହୋଇଥିବା ୬ ହଜାର ୪୧୧ ପ୍ରାର୍ଥୀଙ୍କ ଉପରେ ଜନାଦେଶ କଣ ରହିଛି ତାହା ଭୋଟ ଗଣତି ପରେ ସ୍ପଷ୍ଟ ହୋଇଯିବ ।

ତେବେ ଗତ ଥର ଅପେକ୍ଷା ଏଥର ମତଦାନ ହାର ଅଧିକ ରହିଛି । ଏଥର ମୋଟ ୬୫ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଗତ ପୌର ନିର୍ବାଚନରେ ୬୦. ୯୩ ପ୍ରତିଶତ ମତଦାନ ହୋଇଥିଲା । ୧୮୨୫ ୱାର୍ଡର ୪ ହଜାର ୩୬୦ ବୁଥରେ ମୋଟ୍ ୬ ହଜାର ୪୧୧ ପ୍ରାର୍ଥୀଙ୍କ ପାଇଁ ଭୋଟ ନିଆଯାଇଥିଲା। ୩ ମହାନଗର ନିଗମରେ କିଏ ପିନ୍ଧିବେ ମେୟର ତାଜ୍ । ଏହା ସହ ୧୦୬ଟି ପୌରାଞ୍ଚଳରେ ବାଜି ମାରିବ କିଏ- ଆଜି ଭୋଟ ଗଣତି ପରେ ସବୁ ହୋଇଯିବ ସ୍ପଷ୍ଟ । କେଉଁ ସହରରେ କେଉଁ ୱାର୍ଡରେ କାହାର ଚାଲିବ ରାଜ କହିବ ନିର୍ବାଚନ ଫଳ ।

 

Show More

Related Articles

Back to top button