ଓଡ଼ିଶା

ତୃତୀୟ ଟି-୨୦ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଲା ନ୍ୟୁଜିଲାଣ୍ଡ

ଆଜି ନାପିଅରରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନିଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ ।

ତେବେ ଏହି ମ୍ୟାଚରେ ନିୟମିତ ଅଧିନାୟକ କେନ ୱିଲିୟମସନ ଖେଳୁନଥିବାବେଳେ ତାଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡ ଦଳର ଅଧିନାୟକ ଅଛନ୍ତି ଟିମ ସାଉଥି। ୱିଲିୟମସନଙ୍କ ସ୍ଥାନରେ ମାର୍କ ଚାପମ୍ୟାନଙ୍କୁ ଦଳରେ ସାମିଲ କରାଯାଇଛି। ଏଥି ସହିତ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଖେଳୁଥିବା ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛନ୍ତି। ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ହର୍ଷଲ ପଟେଲଙ୍କୁ ସୁଯୋଗ ଦିଆଯାଇଛି। ବର୍ଷା ଯୋଗୁ ଟସ୍‌ ବିଳମ୍ବରେ ହୋଇଥିଲା।

Show More

Related Articles

Back to top button