ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ଗର୍ଭବତୀ କୁକୁରକୁ ପିଟିପିଟି ହତ୍ୟା, ଗିରଫ ହେଲେ ୪ ଅଭିଯୁକ୍ତ

ନୂଆଦିଲ୍ଲୀ: ଗଭର୍ବତୀ କୁକୁରକୁ ପିଟିପିଟି ହତ୍ୟା କରିଥିଲେ। ଏବେ ବନ୍ଧା ହେଲେ। ଦିଲ୍ଲୀ ପୁଲିସ ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଛି। ୪ ଜଣ ଅଭିଯୁକ୍ତ ଡନ୍ ବସ୍କୋ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜୀର ଛାତ୍ର ବୋଲି ଜଣାପଡିଛି।

ଗତ କିଛି ଦିନ ତଳେ ଦିଲ୍ଲୀ ନ୍ୟୁ ଫ୍ରେଣ୍ଡସ୍ ଅଞ୍ଚଳରେ କିଛି ଯୁବକ ଏକ ଗର୍ଭବତୀ କୁକୁରକୁ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିବା ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା। ଏହି ଘଟଣାରେ ଏବେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହାପୂର୍ବରୁ ପୁଲିସ ଏହି ମାମଲାରେ ନଭେମ୍ବର ୨୦ ତାରିଖରେ ଏଫ୍‌ଆଇର୍ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ପୁଲିସ କହିବା ଅନୁସାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପଚରାଉଚରା ଚାଲିଛି। କଥାବାର୍ତ୍ତା ବେଳେ, କୁକୁରଟି ବରମ୍ବାର ଭୁକିବା ଯୋଗୁଁ ଏଥିରେ ବିରକ୍ତ ହୋଇ ତାକୁ ପିଟିପିଟି ହତ୍ୟା କରିଥିବା ଗିରଫ ଅଭିଯୁକ୍ତମାନେ କହିଛନ୍ତି। ପୁଲିସ ଏହି ମାମଲାର ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସୂଚନାମିଳିଛି।

Show More

Related Articles

Back to top button