Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ମୃତ୍ୟୁ, ୨୪ ଘଣ୍ଟାରେ ୩୫ ଜଣଙ୍କ ଜୀବନ ନେଲା କରୋନା

କରୋନା ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍ । ରାଜ୍ୟରେ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୩୫ ଜୀବନ ନେଇଛି କରୋନା । ଯାହାକି ବର୍ତ୍ତମାନ ସୁଦ୍ଧା ଦିନକରେ ସର୍ବାଧିକ । ୧୬ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଓ ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୫ ଜଣ ଲେଖାଏ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ୪ ଜଣ ଲେଖାଏ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ରାପଡ଼ାରୁ ଚିକିତ୍ସାଧୀନ ଅବସ୍ଥାରେଆଉ ୩ ଜଣ ଆଖି ବୁଜିଛନ୍ତି । ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ ଜିଲ୍ଲାରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ।

ସେହିପରି ରାୟଗଡ଼ା, ନୟାଗଡ଼, କେନ୍ଦୁଝର, ଜଗତସିଂହପୁର, ଗଞ୍ଜାମ, କଟକ, ବୌଦ୍ଧ ଓ ଭଦ୍ରକ ଜିଲ୍ଲାରୁ ଆଉ ଜଣେ ଲେଖାଏ କରୋନାରେ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୫ଶହ ୮୪କୁ ବୃଦ୍ଧି ପାଇଛି । ଗତ ୭ ଦିନ ଭିତରେ କେବଳ ୨୦୬ ଆକ୍ରାନ୍ତ ପ୍ରାଣ ହରେଇଲେଣି ।

Show More

Related Articles

Back to top button