Breaking PLUSଓଡ଼ିଶାମୁଖ୍ୟ ଖବର

ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ, ସ୍ଥଳଭାଗକୁ ମାଡିଗଲାଣି ସମୁଦ୍ର ଲୁଣା ପାଣି

ଗତକାଲି ରାତିରୁ ବାତ୍ୟା ୟାସ୍ ଓଡ଼ିଶା ଉପକୂଳରେ ପ୍ରଭାବ ଦେଖାଇଛି । ଏବେ ଭଦ୍ରକ ଓ ବାଲେଶ୍ୱର ଉପକୂଳ ମୁହାଁ ହୋଇଛି । ସ୍ଥଳଭାଗ ଆଡ଼କୁ ଯେତିକି ଅଗ୍ରସର ହେଉଛି, ସେତିକି ଉଗ୍ର ରୂପ ଦେଖାଉଛି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଉତ୍ତାଳ ସମୁଦ୍ର ସ୍ଥଳଭାଗକୁ ମାଡ଼ି ଆସିଛି ।

ଗତକାଲି ରାତିରୁ ବାତ୍ୟା ୟାସ୍ ଓଡ଼ିଶା ଉପକୂଳରେ ପ୍ରଭାବ ଦେଖାଇଛି । ଏବେ ଭଦ୍ରକ ଓ ବାଲେଶ୍ୱର ଉପକୂଳ ମୁହାଁ ହୋଇଛି । ସ୍ଥଳଭାଗ ଆଡ଼କୁ ଯେତିକି ଅଗ୍ରସର ହେଉଛି, ସେତିକି ଉଗ୍ର ରୂପ ଦେଖାଉଛି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଉତ୍ତାଳ ସମୁଦ୍ର ସ୍ଥଳଭାଗକୁ ମାଡ଼ି ଆସିଛି । ଘୂ ଘୂ ଗର୍ଜନ କରୁଛି । ତଳି ଅଞ୍ଚଳକୁ ମାଡ଼ି ଆସିଛି ଜୁଆର । କେଉଁଠି ରାସ୍ତା ଉପରେ ତ ଆଉ କିଛି ସ୍ଥାନପେ ଜନବସତିରେ ସମୁଦ୍ର ପାଣି ପଶିବା ଆରମ୍ଭ ହୋଇଛି ।

ଧାମରାରେ ସ୍ଥିତି ସାଂଘାତିକ ଅବସ୍ଥାକୁ ଯାଉଛି । ଲାଣ୍ଡଫଲ୍ ପୂର୍ବରୁ ସେଠାରେ ତାଣ୍ଡବ କରିବା ଆରମ୍ଭ କଲାଣି ୟାସ୍ । ଚାନ୍ଦବାଲିରୁ ଚନ୍ଦିନିପାଳ ମୁହାଁ, ଧାମରା, ଇଞ୍ଚୁଡ଼ି ଓ ଚାନ୍ଦିପୁର ଅଞ୍ଚଳରେ ସମୁଦ୍ର କୂଳ ଲଙ୍ଘିଥିବା ଚିତ୍ର ସାମନାକୁ ଆସୁଛି । ଏପିରିକି ପବନ ସାଙ୍ଗକୁ ସମୁଦ୍ରର ଜୁଆର ମାଡ଼ରେ ଅନେକ ସ୍ଥାନରେ ଡଙ୍କା ଭାଙ୍ଗିଗଲାଣି । ସମୁଦ୍ର କୂଳିଆ ଅଞ୍ଚଳର ଲୋକଙ୍କୁ ତାପୂର୍ବରୁ ସୁରକ୍ଷିତ ସ୍ଥାନକୁ ନେଇ ଯାଇଛି ପ୍ରଶାସନ । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ସମୁଦ୍ରରେ ବଡ଼ ବଡ଼ ଜୁଆର ଆସିବ । ୨-୪ ମିଟର ଉଚ୍ଚର ଜୁଆର ଆସିପାରେ ବୋଲି କହିଛି ପାଣିପାଗ ବିଭାଗ ।

Show More

Related Articles

Back to top button