Breaking PLUSଦେଶ ବିଦେଶମୁଖ୍ୟ ଖବର

ଆମେରିକାରେ କରୋନାର ଭୟଙ୍କର ସ୍ଥିତି, ଗତ ୨୪ ଘଣ୍ଟା ମଧ୍ୟରେ ୫୮ ହଜାର ୪୮୬ ଜଣ ନୂଆ ରୋଗୀ ଚିହ୍ନଟ

ଆମେରିକାରେ କରୋନା ଭାଇରସ ସଂକ୍ରମଣର ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୮ ହଜାର ୪୮୬ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୪ ହଜାର ୬୩ ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ୫୬୯ ଜଣଙ୍କର ମୃତ୍ୟୁ ହୋଇଛି । ଏହା ପୂର୍ବରୁ ଆମେରିକାରେ ଗୋଟିଏ ଦିନରେ ୧ ଲକ୍ଷ ୭୬ ହଜାର ୬୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ଆମେରିକାରେ କରୋନା ଭାଇରସ ସଂକ୍ରମଣର ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୮ ହଜାର ୪୮୬ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୪ ହଜାର ୬୩ ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ୫୬୯ ଜଣଙ୍କର ମୃତ୍ୟୁ ହୋଇଛି । ଏହା ପୂର୍ବରୁ ଆମେରିକାରେ ଗୋଟିଏ ଦିନରେ ୧ ଲକ୍ଷ ୭୬ ହଜାର ୬୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କରୋନାରୁ ୬୧ ହଜାର ୫୩୮ ଜଣ ସୁସ୍ଥ ହୋଇଥିବା ବେଳେ ୧୪୯୦ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଆମେରିକାରେ ଏପର୍ଯ୍ୟନ୍ତ ୪ କୋଟି ୭୬ ଲକ୍ଷ ୫ ହଜାର ୧୬୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୩ କୋଟି ୧୨ ଲକ୍ଷ ୯୯ହଜାର ୯୧୦ ଜଣ ସୁସ୍ଥ ହୋଇଥିବା ବେଳେ ୮୭ ଲକ୍ଷ ୯୯ ହଜାର ୩୯୯ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୫ ହଜାର ୭୩୫ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଏପର୍ଯ୍ୟନ୍ତ ଆମେରିକାରେ କରୋନା ଯୋଗୁଁ ୬ ଲକ୍ଷ ୬୫ ହଜାର ୮୫୧ ଲୋକଙ୍କର ମୃତ୍ୟୁ ହୋଇସାରିଛି ।

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୨ କୋଟି ୧୦ ଲକ୍ଷ ୭୩ ହଜାର ୨୯ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୫ ଲକ୍ଷ ୭୪ ହଜାର ୩୭୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୯ କୋଟି ୭୫ ଲକ୍ଷ ୬୨ ହଜାର ୬୩୯ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୯ ଲକ୍ଷ ୩୬ ହଜାର୧୪ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ଏକ ଲକ୍ଷ ୫ ହଜାର ୧୪ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

Show More

Related Articles

Back to top button