ଦେଶ ବିଦେଶବାଣିଜ୍ୟ

ଭୟଙ୍କର ଯୁଦ୍ଧରେ ଅଶୋଧିତ ତୈଳ ଦର ଆକାଶଛୁଆଁ

ନୂଆ ଦର ଜାରି କଲେ ଭାରତୀୟ କମ୍ପାନୀ

ଥମୁନି ଋଷ ଓ ୟୁକ୍ରେନ ମଧ୍ୟରେ ଲଢେଇ । ଦିନକୁ ଦିନ ଏହା ଅଧିକ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି । ଯାହାର ପ୍ରଭାବ ଅନ୍ତରାଷ୍ଟ୍ରୀୟ ଅଶୋଧିତ ତୈଳ ଦର ଉପରେ ପଡିଛି । ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୧୧୦ ଡଲାର ଟପିଛି । ତେବେ ଭାରତରେ ଗୁରୁବାର ବିଭିନ୍ନ ତୈଳ କମ୍ପାନୀ ପେଟ୍ରୋଲ ଓ ଡିଜେଲ ଦର ଜାରି କରିଛନ୍ତି । ତେବେ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ଅହେତୁକ ବଢିଥିବା ବେଳେ ବି ଘରୋଇ ବଜାରରେ ଦାମ୍ ସ୍ଥିର ରହିଛି । ଗତ ୩ ମାସ ଧରି ତୈଳ ଦର ଅପରିବର୍ତ୍ତିତ ରହିଛି । ଦିଲ୍ଲୀରେ ପେଟ୍ରୋଲ ଦର ୯୫.୪୧ ଟଙ୍କା ଥିବା ବେଳେ ଡିଜେଲ ଦାମ୍ ୮୬.୬୭ ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୧୦୯.୯୮ ଟଙ୍କା ଥିବା ବେଳେ ଡିଜେଲ ଦର ରହିଛି ୯୪.୧୪ ଟଙ୍କା ।

କୋଲକାତାରେ ପେଟ୍ରୋଲ ଦାମ୍ ୧୦୪.୬୭ ଟଙ୍କା ଥିଲା ବେଳେ ଡିଜେଲ ୮୯.୭୯ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ଦର ୧୦୧.୪୦ ଟଙ୍କା ଥିଲା ବେଳେ ପେଟ୍ରୋଲ ୯୧.୪୩ ଟଙ୍କା ରହିଛି । ଭୁବନେଶ୍ୱରରେ ମଧ୍ୟ ପୂର୍ବଦିନ ପରି ଦର ଅପରିବର୍ତ୍ତିତ ରହିଛି । ଏଠାରେ ପେଟ୍ରୋଲ ୧୦୧ ଟଙ୍କା ୪୦ ପଇସା ରହିଛି । ସୂଚନାଯୋଗ୍ୟ, ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ଗତ କିଛିଦିନ ଧରି ଅଶୋଧିତ ତୈଳ ଦର ବଢିବାରେ ଲାଗିଛି । ଅନ୍ତରାଷ୍ଟ୍ରୀୟ ସ୍ତର ଅନୁସାରେ ହିଁ ଘରୋଇ ବଜାରରେ ତୈଳ ଦର ସ୍ଥିର କରାଯାଏ । ଗତ ନଭେମ୍ବର ୩ ତାରିଖରେ ପେଟ୍ରୋଲ-ଡିଜେଲ ଉପରୁ ଏକସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଏହାପରେ ସମସ୍ତ ରାଜ୍ୟ ସରକାର ମଧ୍ୟ ଏକସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଫଳରେ ରେକର୍ଡ ସ୍ତରରେ ପହଁଚିବା ପରେ ଦାମ୍ କମିଥିଲା ।

Show More

Related Articles

Back to top button