ବାଣିଜ୍ୟ

ଆସନ୍ତା ସପ୍ତାହରୁ ଭାରତରେ ବଢିଯିବ ପେଟ୍ରୋଲ-ଡିଜେଲ ଦର

ଭାରତରେ ଆସନ୍ତା ସପ୍ତାହରୁ ପୁଣି ବଢିପାରେ ପେଟ୍ରୋଲ ଏବଂ ଡିଜେଲ ଦାମ୍‌ ।

ୟୁକ୍ରେନ ଏବଂ ଋଷ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡିବାକୁ ଯାଉଛି । ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ୭ ବର୍ଷ ପରେ ରେକର୍ଡ ଉଚ୍ଚ ସ୍ତରରେ ପହଞ୍ଚିଛି କ୍ରୁଡ୍‌ ଅଏଲ୍‌ ଦାମ । ଯାହାର ପ୍ରଭାବ ଭାରତୀୟ ବଜାର ଉପରେ ଆସନ୍ତା ସପ୍ତାହରୁ ପଡିପାରେ । ଏହା ସହିତ ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବାକୁ ଯାଉଛି । ତେଣୁ ପେଟ୍ରୋଲ ଏବଂ ଡିଜେଲ ଦାମ ବଢିବାର ସମ୍ଭାବନା ମଧ୍ୟ ଅଧିକ ରହିଛି । ଋଷ-ୟୁକ୍ରେନ ଯୁଦ୍ଧ କାରଣରୁ ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୦ ଡଲାରରେ ପହଞ୍ଚିଲାଣି । ତେଣୁ ଭାରତରେ ଆସନ୍ତା ସପ୍ତାହରେ ତୈଳ ଦର ବୃଦ୍ଧି ହେବା ଆଶଙ୍କା ଅଧିକ ।

ସୂଚନାଯୋଗ୍ୟ, ଗତ ବର୍ଷ ନଭେମ୍ବର ମାସରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେତେବେଳେ କ୍ରୁଡ୍‌ ଅଏଲ୍ ବ୍ୟାରେଲ ପିଛା ଥିଲା ୮୧.୫ ଡଲାର । ଏବେ କିନ୍ତୁ ତାହା ବୃଦ୍ଧି ପାଇ ୧୧୦ ଡଲାରରେ ପହଞ୍ଚିଗଲାଣି । ଏପଟେ କ୍ରୁଡ୍‌ ଅଏଲ୍‌ ଦାମ ବୃଦ୍ଧି ଘଟିବା ଫଳରେ ତୈଳ କମ୍ପାନୀମାନେ ବ୍ୟାପକ କ୍ଷତି ସହୁଛନ୍ତି । ଅଏଲ ମାର୍କେଟିଂ କମ୍ପାନୀ ଗୁଡିକ ଗୋଟିଏ ଲିଟର ପେଟ୍ରୋଲରେ ପ୍ରାୟ ୫.୭୦ ଟଙ୍କା କ୍ଷତି ସହୁଛନନ୍ତି । ଜେପି ମୋର୍ଗାନ୍‌ର ଏକ ରିପୋର୍ଟ ଅନୁଯାୟୀ, ଆସନ୍ତା ସପ୍ତାହରେ ବିଭିନ୍ନ ରାଜ୍ୟରେ ହେଉଥିବା ବିଧାନସଭା ନିର୍ବଚନ ଶେଷ ହୋଇଯିବ । ତେଣୁ ଏହା ପରେପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦାମ ଆୟତରେ ରହିବା ବେଶ କାଠିକର ପାଠ ହୋଇଯିବ । ତେଲ କମ୍ପାନୀଗୁଡିକ ଏବେ ବ୍ୟାପକ କ୍ଷତି ସହୁଥିବାରୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିବାକୁ ବାଧ୍ୟ ହେବେ ।

Show More

Related Articles

Back to top button