ଦେଶ ବିଦେଶବାଣିଜ୍ୟ

ଦରବୃଦ୍ଧିରୁ ସାମାନ୍ୟ ଆଶ୍ୱସ୍ତି, ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ୬.୭୧%

ପାଞ୍ଚ ମାସରେ ସର୍ବନିମ୍ନ

ଦେଶରେ ଦରବୃଦ୍ଧିକୁ ନେଇ ଚାଲିଥିବା ବିତର୍କ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଜୁଲାଇରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ପାଇଛି । ଗତ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ପାଇ ୬.୭୧ ପ୍ରତିଶତରେ ରହିଥିଲା । ଏହା ଗତ ପାଞ୍ଚ ମାସରେ ସବୁଠୁ କମ । ଜୁନ ମାସରେ ଏହି ସଂଖ୍ୟା ୭.୦୧ ପ୍ରତିଶତ ଥିଲା। ଏହା ପୂର୍ବରୁ ଫେବ୍ରୁଆରୀରେ ମୁଦ୍ରାସ୍ଫୀତି ହାର ୬.୦୭ ପ୍ରତିଶତ ଥିଲା, ପରିସଂଖ୍ୟାନ ଅନୁସାରେ ୨୦୨୧ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୫୯ ପ୍ରତିଶତ ଥିଲା । ତେବେ ଏବେ ବି ଏହି ସଂଖ୍ୟା ଆରବିଆଇର ଧାର୍ଯ୍ୟ ସୀମା ୬ ପ୍ରତିଶତରୁ ଉପରେ ରହିଛି । ଏହା ଗତ ସାତ ମାସ ଧରି ଛଅ ପ୍ରତିଶତରୁ ଅଧିକ ରହିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଖୁଚୁରା ମୁଦ୍ରାସ୍ଫୀତି ୭.୦ ପ୍ରତିଶତ ଉପରେ ରହିଥିଲା ।

ଏହା ପୂର୍ବରୁ ଜୁଲାଇରେ ଦରବୃଦ୍ଧି ହାର ୬.୬୫ ପ୍ରତିଶତ ରହିପାରେ ବୋଲି ଅନୁମାନ କରାଯାଉଥିଲା । ଖାଦ୍ୟ ପଦାର୍ଥ ମୂଲ୍ୟରେ ହ୍ରାସ ଏବଂ ଇନ୍ଧନ ଉପରେ ଟ୍ୟାକ୍ସ କମ କରାଯିବା ପରେ ଦରବୃଦ୍ଧି ହ୍ରାସ ହେବାର ସଂକେତ ମିଳିଥିଲା । ଲଗାତାର ଚିନ୍ତାର କାରଣ ପାଲଟିଥିବା ଖୁଚୁରା ମୁଦ୍ରାସ୍ଫୀତି ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଦୁଇ ପ୍ରତିଶତ ହ୍ରାସ ହୋଇ ୫ ପ୍ରତିଶତର ସ୍ତରରେ ପହଞ୍ଚିପାରେ । ଗତ ତିନି ମାସରେ ସରକାର ଏବଂ ଆରବିଆଇ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଯୋଗୁଁ ଦରବୃଦ୍ଧିରେ ଆସାନ୍ୟ ଆଶ୍ୱସ୍ତି ମିଳିଛି ।

Show More

Related Articles

Back to top button