ଦେଶ ବିଦେଶରାଜନୀତି

୨୦୨୪ ସାଧାରଣ ନିର୍ବାଚନରେ ପୁଣି ମୋଦୀ ସରକାର

ପ୍ରଧାନମନ୍ତ୍ରୀ ପଦ ପାଇଁ ମୋଦୀ ସବୁଠୁ ଲୋକପ୍ରିୟ : ସର୍ଭେ

୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ପୁଣି ଥରେ ସରକାର ଗଠନ କରିବ। ତେବେ ଆସନ ସଂଖ୍ୟା କମିପାରେ । ଏକ ସର୍ଭେକୁ ନେଇ ଟାଇମ୍ସ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଏହି ଦାବି କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ ପଦ ପାଇଁ ନରେନ୍ଦ୍ର ମୋଦୀ ଆଜି ବି ଦେଶରେ ସବୁଠୁ ଲୋକପ୍ରିୟ ଥିବା ଏଥିରେ କୁହାଯାଇଛି। ସର୍ଭେ ଅନୁସାରେ ଯଦି ଆଜିର ଦିନରେ ନିର୍ବାଚନ ହୁଏ ତେବେ ପିଏମ ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ୫୪୩ ଆସନ ମଧ୍ୟରୁ ୨୮୬ରେ ବିଜୀୟ ହେବ। ତେବେ ନୀତୀଶ କୁମାରଙ୍କ ଅଲଗା ହେବା ଏନଡିଏ ହାତରୁ ୨୧ ଆସନ ଛଡାଇ ନେଇପାରେ ।

ପୂର୍ବରୁ ଇଣ୍ଡିଆ ଟୁଡେ ମାଗାଜିନ ଏବଂ ସି ଭୋଟର ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏନଡିଏ ସରକାର ୩୦୭ଟି ଆସନରେ ବିଜୟୀ ହୋଇପାରେ ବୋଲି ଦାବି କରାଯାଇଥିଲା । ବର୍ତ୍ତମାନ ସମୟରେ ଲୋକସଭାରେ ବିଜେପି ନେତୃତ୍ୱଧୀନ ଏନଡିଏ ନିକଟରେ ୩୦୦ରୁ ଅଧିକ ସାଂସଦ ଅଛନ୍ତି । ଫେବ୍ରୁଆରୀରୁ ଅଗଷ୍ଟ ମଧ୍ୟରେ ମୁଡ୍ ଅଫ୍ ଦି ନେସନ ସର୍ଭେ କରାଯାଇଥିଲା, ଏଥିରେ ପ୍ରାୟ ୧,୨୨,୦୧୬ ଜଣଙ୍କ ମତାମତ ନିଆଯାଇଥିଲା । ତେବେ ନୀତୀଶ କୁମାର ଏନଡିଏ ଛାଡିବା ପୂର୍ବରୁ ସର୍ଭେର ଏକ ବଡ ଅଂଶ ଶେଷ ହୋଇଥିଲା ।

Show More

Related Articles

Back to top button