ଓଡ଼ିଶାଶିକ୍ଷା

+୩ରେ ଲକ୍ଷେ ସିଟ୍ ଖାଲି

ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ

ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ରାଜ୍ୟର ବିଭିନ୍ନ ଡିଗ୍ରୀ ଓ ସ୍ୱୟଂଶାସିତ କଲେଜରେ ୧ ଲକ୍ଷ ୩ ହଜାର ସିଟ୍‌ ଖାଲିପଡ଼ିଛି । ଏହି ସିଟ୍‌ଗୁଡ଼ିକ ସ୍ପଟ ନାମଲେଖା ଜରିଆରେ ପୂରଣ ହେବ । ଛାତ୍ରଛାତ୍ରୀ ଗୁରୁବାର ଅପରାହ୍ଣ ୫ଟା ସୁଦ୍ଧା ସେମାନଙ୍କ ଆବେଦନ କପି କଲେଜ ସ୍ତରରେ ଦାଖଲ କରିପାରିବେ । ଆସନ୍ତା ୨୩ ତାରିଖରେ କଲେଜର ଇସ୍ପେସ୍‌ରେ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପିଲାଙ୍କ ତାଲିକା ପ୍ରକାଶ ପାଇବ । ୨୪ରୁ ୨୭ ତାରିଖ ମ୍ମରେ ଛାତ୍ରଛାତ୍ରୀଙ୍କୁ କଲେଜରେ ‘ଫି’ ଦାଖଲ କରିବାକୁ ପଡ଼ିବ ।

ସେହିପରି ଚଳିତ ମାସ ୨୭ ଏବଂ ୨୮ ତାରିଖରେ ଛାତ୍ରଛାତ୍ରୀଙ୍କ କାଗଜପତ୍ର (ଡକ୍ୟୁମେଣ୍ଟ୍‌) ଯାଞ୍ଚ କରାଯିବ । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ୨୭ରୁ ୩୦ ତାରିଖ ମ୍ମରେ ଅନୁଷ୍ଠିତ ହେବ । ସ୍ପଟ୍‌ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ୯ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖରେ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କୁ ହିଁ ସ୍ପଟ୍‌ ନାମଲେଖାରେ ସୁଯୋଗ ଦିଆଯାଇଛି ।

Show More

Related Articles

Back to top button