ଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଆଜିଠୁ ଖରାଟିଆ ପାଗ

୨୩ ସୁଦ୍ଧା ଫେରିଯିବ ମୌସୁମୀ

ଆଜିଠୁ ରାଜ୍ୟରେ ଶୁଖିଲା ପାଗ ରହିବ । ଗଜପତି, ଗଞ୍ଜାୟ, ରାୟଗଡ଼ା, କୋରାପୁଟ, ପୁରୀ ଓ ଜଗତସିଂହପୁରର ଗୋଟିଏ ବା ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । କିନ୍ତୁ ଅନ୍ୟ ଜିଲ୍ଲାରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବୁଧବାର ଚାନ୍ଦବାଲିରେ ସର୍ବାଧିକ ୧୭ ମିଲିମିଟର ବର୍ଷା ହୋଇଛି । ପାରାଦୀପରେ ମାତ୍ର ୦.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ବାକି ସବୁ ଅଞ୍ଚଳରେ ବର୍ଷା ହୋଇନି ଓ ପାଗ ଶୁଖିଲା ରହିଛି । ସେହିଭଳି ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତ୍ତନ ଜାରି ରହିଛି । ବୁଧବାର ବାରିପଦା ଓ ମାଲକାନଗିରି ଦେଇ ଏହା ଫେରିଛି । ୨୩ ତାରିଖ ସୁଦ୍ଧା ଏହା ସମ୍ପୂର୍ଣ୍ଣ ଭାବେ ରାଜ୍ୟରୁ ଫେରିଯିବ ବୋଲି ଆକଳନ କରାଯାଉଛି ।

Show More

Related Articles

Back to top button