Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ, କୋଭିଡ୍ ନିୟମ ମାନିବାକୁ ପରାମର୍ଶ ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ

ରାଜ୍ୟରେ ଟିକାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ରାଜ୍ୟରେ ୩୪୫୩ ଟିକାକରଣ କେନ୍ଦ୍ରରେ ଟିକାକରଣ ଚାଲିଛି । ସେଥିରୁ ୧୧୯୧ଟି ଟିକାକରଣ କେନ୍ଦ୍ରରେ ୧୫ରୁ ୧୮ବର୍ଷ ପାଇଁ ଟିକା ଦିଆଯାଉଛି । ଏ ବର୍ଗର ୩ ଲକ୍ଷ ୪୨ ହଜାର ୩୩୨ ଜଣଙ୍କୁ ଟିକା ଦିଆଯାଇଛି । ଏହା ଭିତରେ ପ୍ରଥମ ଡୋଜ ୯୧ ପ୍ରତିଶତ ଲୋକଙ୍କୁ ଦିଆଯାଇଛି। ସେଥିମଧ୍ୟରୁ ଦ୍ଵିତୀୟ ଡୋଜ ନେବା ପାଇଁ ସମୟ ହୋଇଥିବା ଲୋକଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକ ନେଇ ସାରିଛନ୍ତି।

ଆସନ୍ତା ୧୦ ତାରିଖରେ ଆରମ୍ଭ ହେବ ପ୍ରିକସନ୍ ଡୋଜ୍ । ସମ୍ମୁଖ ଯୋଦ୍ଧା, ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ପ୍ରିକସନ୍ ଡୋଜ୍ ଦିଆଯିବ । ଯିଏ ଯେଉଁ ଡୋଜ୍ ନେଇଥିବ ସେହି ଟିକା ନେବ। ଚାରିଆଡେ କରୋନା ବଢୁଛି। ସମସ୍ତଙ୍କୁ ପରାମର୍ଶ ସମସ୍ତେ କୋଭିଡ୍ ନିୟମ ମାନି ଚାଲନ୍ତୁ।

Show More

Related Articles

Back to top button