ଓଡ଼ିଶା

କଟକ ରେଳ ଷ୍ଟେସନର ହେବ ଉନ୍ନତିକରଣ

ହାଇୱେ ସହ ହେବ ସଂଯୋଗ

କଟକ ରେଲୱେ ଷ୍ଟେସନର ହେବ ଉନ୍ନତିକରଣ । କଟକ ରେଲୱେ ଷ୍ଟେସନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ରେଳ ମନ୍ତ୍ରୀ ଆହୁରି କହିଛନ୍ତି, ହାଇୱେ ସହ ସଂଯୋଗୀକରଣ ହେବ ରେଳ ଷ୍ଟେସନ । ସେପଟେ କଟକ ମହାନଗର ନିଗମକୁ ମାଲଗୋଦାମ ଅଞ୍ଚଳର ରେଲୱେ ଜମି ମିଳିଛି । କଟକ ରେଳ ଷ୍ଟେସନରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି ।

ସଂପୃକ୍ତ ଜମିକୁ ପ୍ରଶାସନକୁ ହସ୍ତାନ୍ତର ପାଇଁ ଦୀର୍ଘ ଦିନ ଧରି ଦାବି ହେଉଥିଲା । ଶୁକ୍ରବାର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କର କଟକ ଓ ବାଲେଶ୍ବର ଗସ୍ତ କାର୍ଯ୍ୟକ୍ରମ ରହିଛି । କଟକ ଗସ୍ତରେ ଆସି ଚଣ୍ଡୀ ମନ୍ଦିରରେ ମା’ଙ୍କ ଆଶୀର୍ବାଦ ନେଇଥିଲେ ଅଶ୍ବିନୀ ବୈଷ୍ଣବ । ବାଲେଶ୍ବରରେ ଭୁବନେଶ୍ବର-ବାଲେଶ୍ବର ମେମୁ ଟ୍ରେନ୍‌ର ଶୁଭାରମ୍ଭ, ନୀଳଗିରିକୁ ଟ୍ରେନ୍‌ ଚଳାଚଳ ପାଇଁ ଶିଳାନ୍ୟାସ, ବସ୍ତାରେ ଷ୍ଟେସନ ଗୃହ ଉଦ୍‌ଘାଟନ ଓ ଜଳେଶ୍ବରରେ ଷ୍ଟେସନ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

Show More

Related Articles

Back to top button